ପ୍ରିୟଙ୍କା କହିଲେ, ମୋଦି ନେତା ନୁହଁନ୍ତି ଅଭିନେତା ! ମୋଦିଙ୍କ ବଦଳରେ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ଭଲ ହୋଇଥାନ୍ତା ।

164

ଲୋକସଭା ନିର୍ବାଚନର ଅନ୍ତିମ ଚରଣରେ ପୂର୍ବାଞ୍ଚଳର ରାଜନୀତି ଜୋରସୋରରେ ଚାଲିଛି । ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ମିର୍ଜାପୁରରେ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ପ୍ରିୟଙ୍କା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ନେତା ନୁହଁନ୍ତି ଅଭିନେତା । ଦୁନିଆର ସବୁଠାରୁ ବଡ ଅଭିନେତା ପ୍ରଧାନମନ୍ତ୍ରୀ ହେଲା । ଭଲ ହୋଇଥାନ୍ତା ଅମିତାଭ୍ ବଚ୍ଚନଙ୍କୁ ହିଁ ପ୍ରଧାନମନ୍ତ୍ରୀ ପଦ ମିଳିଥାନ୍ତା ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ପ୍ରିୟଙ୍କା କହିଥିଲେ , ବିଜେପିର ଲକ୍ଷ୍ୟ ହେଉଛି ସରକାର ହାସଲ କରିବା । ମୋଦି ଗତ ଲୋକସଭା ନିର୍ବାଚନରେ କରିଥିବା ପ୍ରତିଶୃତିକୁ ପାଳନ କରିନାହାଁନ୍ତି । ପ୍ରିୟଙ୍କା ଗାନ୍ଧୀ କହିଥିଲେ କଂଗ୍ରେସ ମିଛ ପ୍ରତିଶୃତି ଦିଏନାହିଁ ବରଂ ଚାଷୀ,ଗରିବ ଏବଂ ଯୁବକଙ୍କ ହକ୍ ରେ କାମ କରିଥାଏ । ଜନତାଙ୍କ ସମ୍ବୋଧନ ସମୟରେ ଯେତେବେଳେ ମସଜିଦ୍ ରୁ ଆଜାନ୍ ହେଲା ସେତେବେଳେ ପ୍ରିୟଙ୍କା ନିଜ ଭାଷଣ ରୋକି ଦେଇଥିଲେ । ଜନସଭା ସମ୍ବୋଧନ ପୂର୍ବରୁ ପ୍ରିୟଙ୍କା ମିର୍ଜାପୁରରେ କଂଗ୍ରେସ ପ୍ରାର୍ଥୀ ଲଲିତେସ୍ ତ୍ରିପାଠୀଙ୍କ ସମର୍ଥନରେ ରୋଡ୍ ଶୋ’ କରିଥିଲେ । ପ୍ରିୟଙ୍କାଙ୍କ ରୋଡ୍ ଶୋ ବସିଗଞ୍ଜରୁ ଯେତେବେଳେ ବାହାରିଲା ସେତେବେଳେ ବିଜେପି କାର୍ଯ୍ୟକର୍ତ୍ତା ମୋଦି-ମୋଦି ନାରା ଲଗାଇଥିଲେ ।