ମୋଦିଙ୍କ ଗଡରେ ହୋଲି ଖେଳିବେ ପ୍ରିୟଙ୍କା ! ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ହୋଲି ମନାଇବାକୁ ସ୍ଥିର କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ମୋଦିଙ୍କ ଗଡରେ ହୋଲି ଖେଳିବେ ପ୍ରିୟଙ୍କା ! ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ହୋଲି ମନାଇବାକୁ ସ୍ଥିର କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ ଏଥର ହୋଲି ମନାଇବାକୁ ସ୍ଥିର କରିଛନ୍ତି। ସେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଆୟୋଜିତ ହୋଲି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାଛଡ଼ା ସେ ପ୍ରୟାଗରାଜରେ ପଦଯାତ୍ରା ଓ ମିର୍ଜାପୁରରେ ରୋଡ ସୋ’ରେ ଅଂଶ ଗ୍ରହଣ କରିବେ।

publive-image

ପ୍ରିୟଙ୍କା ମାର୍ଚ୍ଚ ୧୮ ତାରିଖରେ ଉତ୍ତର ପ୍ରଦେଶ ଯିବେ। ସେ ହୋଲି ଦିନ ଶୀତଲା ମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ତା’ଛଡା ନାବିକ ସଂପ୍ରଦାୟର ସଦସ୍ୟମାନଙ୍କ ସହିତ ଦେଖା କରିବେ। ଖାଲି ସେତିକି ନୁହେଁ ପ୍ରିୟଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପରିବାର ଲୋକଙ୍କୁ ବି ଭେଟିବେ ବୋଲି ଜଣାଯାଇଛି।

publive-image

ଏଥର ହୋଲିରେ ଜନସଂପର୍କ ଅଭିଯାନକୁ ଅଧିକ ତୀବ୍ର କରିବାର ଯୋଜନା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଅଧିକ ସମୟ ରହି ଲୋକଙ୍କ ମନୋଭାବ ଜାଣିବାକୁ ଚେଷ୍ଟା କରିବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe