ପ୍ରିୟଙ୍କାଙ୍କ ମିଶନ ୟୁପି : ଆଜିଠୁ ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ଗଙ୍ଗାରେ କରିବେ ନୌକାବିହାର । ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ପ୍ରିୟଙ୍କା ଗାନ୍ଧୀ

75

ପ୍ରିୟଙ୍କାଙ୍କ ମିଶନ ୟୁପି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ପାଇଁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ । ପ୍ରିୟଙ୍କା ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା । ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ । ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରିୟଙ୍କା । ଏହି ସମୟରେ ପ୍ରିୟଙ୍କା ସେଠାରେ ବିଭିନ୍ନ ମନ୍ଦିର ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ ପ୍ରିୟଙ୍କା ଏହି ଗସ୍ତ ସମୟରେ ଭଦୋହୀ ଓ ମିର୍ଜାପୁରରେ ମନ୍ଦିରରେ ପୂଜା କରିବେ । ଏହି ମନ୍ଦିର ଦର୍ଶନ ପରେ ମିର୍ଜାପୁରରେ ବିଶାଳ ରୋଡ୍ ସୋ ବି କରିବେ ପ୍ରିୟଙ୍କା । ଏହି ଗସ୍ତରେ ପ୍ରିୟଙ୍କା ୧୮ ତାରିଖ ସୋମବାର ପ୍ରୟାଗରାଜରୁ ଗଙ୍ଗାରେ ନୌଯାତ୍ରା କରିବେ । ୧୯ ମାର୍ଚରେ ମିର୍ଜାପୁରରେ ରୋଡ୍ ସୋ କାର‌୍ୟ୍ୟକ୍ରମ ରହିଛି । ରୋଡ୍ ସୋ ପାଇଁ ପ୍ରିୟଙ୍କାଙ୍କୁ ପ୍ରଶାସନର ଅନୁମତି ମିଳିଛି । ତେବେ କାଫିଲାରେ ମାତ୍ର ୧୦ଟି ଗାଡି ନେବାକୁ ଅନୁମତି ଦେଇଛି ପ୍ରଶାସନ ।