କରୋନା ବେଳେ କଂଗ୍ରେସରେ କମ୍ପନ: କଂଗ୍ରେସ ୱାର୍କିଂ କମିଟି ବୈଠକରେ ଇସ୍ତଫା ପ୍ରସ୍ତାବ ଦେଲେ ସୋନିଆ ଗାନ୍ଧି; ବରିଷ୍ଠ ନେତାଙ୍କ ଚିଠିର ସମୟ ଉପରେ ପ୍ରଶ୍ନ ଉଠାଇଲେ ରାହୁଲ

ସେପଟେ ଗାନ୍ଧୀ ପରିବାରୁ ସଭାପତି କରିବାକୁ ବଢିଲା ଦାବି: ଦିଲ୍ଲୀରେ କଂଗ୍ରେସ ସମର୍ଥକଙ୍କ ପ୍ରଦର୍ଶନ

402

କନକ ବ୍ୟୁରୋ: କଂଗ୍ରେସ ୱାକିଂ କମିଟି ବୈଠକରେ ଓଲଡ ଗାର୍ଡ ବନାମ ୟଙ୍ଗ ଗାର୍ଡ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଆଜିବୈଠକରେ କଂଗ୍ରେସ ନେତୃତ୍ୱକୁ ଦଳର ୨୩ ନେତା ଦେଇଥିବା ଚିଠିର ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧି । ଏହାର ପରେ ଦଳରେ ବିବାଦ ତେଜିଛି । ରାହୁôଲ କହିଛନ୍ତି, ଯେତେବେଳେ ଦଳ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଲଢୁଥିଲା ଓ ସୋନିଆ ଅସୁସ୍ଥ ଥିଲେ ସେତେବେ ଚିଠି ଲେଖାଯିବା କଣ ଦରକାର ଥିଲା । ଯେଉଁମାନେ ଏହି ଚିଠି ଲେଥିଛନ୍ତି ସେମାନେ ବିଜେପି ସହ ହାତ ମିଳାଇଛନ୍ତି । ଏା ପରେ ଦଳର ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ବୈଠକ ସମୟରେ ହିଁ ଦଳର ନେତା କପିଲ ସିବଲ ଟ୍ୱିଟ କରିଛନ୍ତି । ଏଥିରେ ସେ କହିଛନ୍ତି, ରାହୁଲ ଗାନ୍ଧି ଆମେ ଭାରତୀୟ ଜନତା ପାର୍ଟି ସହ ମିଶିବା କଥା କହୁଛନ୍ତି । ୩୦ ବର୍ଷ ମଧ୍ୟରେ ଏଭଳି କିଛି ବୟାନ ଦେଇନାହିଁ , ଯାହା ବିଜେପିକୁ ସହାୟତା କରିବ । ଏଭଳି ସ୍ଥିତିରେ ସେ ବିଜେପି ସହ ହାତ ମିଳାଇଥିବା କଥା କୁହାଯାଉଛି । ସେହିଭଳି ଗୁଲାମ ନବୀ ଆଜାଦ ବି କହିଛନ୍ତି ଏଭଳି ଅଭିଯୋଗ ଯଦି ଆସୁଛି ତାହାହେଲେ ସେ ଇସ୍ତଫା ଦେଇଦେବେ ।

ଆଜି ଦିଲ୍ଲୀରେ ଚାଲିଥିବା ସିଡବ୍ଲୁସି ବୈଠକରେ ସୋନିଆ ଏହି ଇଚ୍ଛାପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆଗକୁ ସେ ଆଉ ଦଳର ସଭାପତି ରହିବାକୁ ଚାହିୁଁନାହାନ୍ତି । ଦଳ ନୂଆ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରୁ । ବୈଠକ ଆରମ୍ଭ ହେବା ପରେ ଏ ସମ୍ପର୍କିତ ଚିଠି ଦଳର ନେତା କେ.ସି ବେଣୁଗୋପାଳ ପଢିଥିଲୋ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବରିଷ୍ଠ ନେତା ଏ.କେ ଆଂଟେନୀ, ସୋନିଆ ଏହି ନିଷ୍ପତିର ପୁନଃବିଚାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ସବୁ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସୋନଆ ଗାନ୍ଧିଙ୍କୁ ସଭାପତି ପଦରେ ରହିବା ପାଇଁ ଅନୁରୋଧ କରିଛନ୍ତି । ସେହିଭଳି ଏ.କେ ଆଂଟୋନି ମଧ୍ୟ ରାହୁଲ ଗାନ୍ଧିଙ୍କୁ ସଭାପତି ନହେବା ପାଇଁ ନେଇଥିବା ନିଷ୍ପତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ।

ସେପଟେ ଗାନ୍ଧି ପରିବାରର ଜଣକୁ କଂଗ୍ରେସର ପରବର୍ତ୍ତୀ ସଭାପତି କରିବାକୁ ଚାପ ବଢିବାରେ ଲାଗିଛି । ଏ ନେଇ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ସମର୍ଥକ । ଆଜି ଦିଲ୍ଲୀରେ କଂଗ୍ରେସ ସମର୍ଥକ ମାନେ ଏ ଦାବିରେ ପ୍ରଦର୍ଶନ କରିଛନ୍ତି । ରାହୁଲ ପ୍ରିୟଙ୍କା ଗାନ୍ଧି ସେନା ପକ୍ଷରୁ ଏହି ପ୍ରଦର୍ଶନ କରାଯାଇଛି । ଏଥିରେ କୁହାଯାଇଛି ଯେ, ନରେନ୍ଦ୍ର ମୋଦିଙ୍କୁ ଟକ୍କର କେବଳ ରାହୁଲ ଗାନ୍ଧି ହିଁ ଦେଇପାରିବେ । ଗାନ୍ଧି ପରିବାରକୁ ଛାଡି ଅନ୍ୟ କିଏ ସଭାପତି ହେଲେ ଦଳ ଭାଙ୍ଗିଯିବ ବୋଲି କର୍ମୀ କହିଛନ୍ତି ।