କୃଷିଋଣ ଛାଡ କରିବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲେ, ହେଲେ ଲକ୍ଷ ଲକ୍ଷ କୋଟି ଟଙ୍କାର ଛାଡ ପୁଞ୍ଜିପତିଙ୍କୁ କଲେ : ପ୍ରିୟଙ୍କା ଗାନ୍ଧୀ

କୃଷିଋଣ ଛାଡ କରିବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲେ, ହେଲେ ଲକ୍ଷ ଲକ୍ଷ କୋଟି ଟଙ୍କାର ଛାଡ ପୁଞ୍ଜିପତିଙ୍କୁ କଲେ : ପ୍ରିୟଙ୍କା ଗାନ୍ଧୀ

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କୃଷକଙ୍କ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି । ପ୍ରିୟଙ୍କା ଶୁକ୍ରବାର ଦିନ କହିଛନ୍ତି କି, ଗତ ୧୦ ବର୍ଷ ମଧ୍ୟରେ ଦେଶରେ ୧ ଲକ୍ଷରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି । କୃଷକଙ୍କ ରୋଜଗାର ନା ଦୁଇଗୁଣା ହୋଇଛି, ନା ସେମାନଙ୍କୁ ଦ୍ୱାରା ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ମିଳିଛି । ହେଲେ କଂଗ୍ରେସ ସରକାର ଆସିଲେ ଏମଏସପି ଉପରେ ଗ୍ୟାରେଣ୍ଟି ଓ କୃଷକମାନଙ୍କ ଉପରେ ଥିବା ଋଣ ଛାଡ କରାଯିବ ବୋଲି ସେ କହିଛନ୍ତି ।

ଦେଶରେ ଏବେ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ସବୁ ରାଜନୈତିକ ଦଳ ସେମାନଙ୍କ ଘୋଷଣାପତ୍ରରେ କୃଷକମାନଙ୍କୁ ବଡ ବଡ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଏହି କ୍ରମରେ ଦେଶର କୃଷକମାନଙ୍କ ପାଇଁ ଦୁଇ ପ୍ରମୁଖ ଗ୍ୟାରେଣ୍ଟି ଘୋଷଣା କରିଛି କଂଗ୍ରେସ । ପ୍ରଥମେ ପ୍ରତିଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଓ କୃଷିଋଣ ଛାଡ ।

ବିଜେପିକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି କି, ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି କୃଷିଋଣ ଛାଡ କରିବ ବୋଲି ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା, ହେଲେ ସରକାରକୁ ଆସିବା ପରେ କୃଷକଙ୍କ ଋଣ ଛାଡ ବଦଳରେ ଲକ୍ଷ ଲକ୍ଷ କୋଟି ଟଙ୍କା ପୁଞ୍ଜିପତିଙ୍କୁ ଛାଡ କରିଛି । ଏହାସହ ସେ ଟ୍ୱିଟ୍ କରି ଲେଖିଛନ୍ତି କି, ଆଜି ଗୋଟିଏ ଦିନରେ ଦେଶରେ ୩୦ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଏହାସହ ବିଜେପି ସରକାର କୃଷି ଉପକରଣ ଉପରେ ଜିଏସଟି ଆଦାୟ କରି ଦେଶର ବିକାଶ କରୁଛି ବୋଲି ଡେଙ୍ଗୁରା ପିଟୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe