କନକ ବ୍ୟୁରୋ: ଆଜିଠୁ ମିଶନ ୟୁପିରେ ବାହାରିବେ ପ୍ରିୟଙ୍କା ଗାନ୍ଧି । ଲକ୍ଷ୍ନୌରୁ ଆରମ୍ଭ ହେବ ପ୍ରଚାର କାର୍ଯ୍ୟ । ୨୦୧୯ ଲୋକସଭା ନିର୍ବାଚନ ପାଇଁ ପୂର୍ବ ଉତରପ୍ରଦେଶର ମହାସଚିବ ଦାୟିତ୍ୱ ପାଇଥିବା ପ୍ରିୟଙ୍କା ଗାନ୍ଧି ଆଜିଠାରୁ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ଏହି ଗସ୍ତ ୩ ଦିନିଆ ରହିବ । ଏହି ଅବସରରେ ପ୍ରିୟଙ୍କା ମନ୍ଦିରରେ ପୂଜାର୍ଚନା କରିବେ । ରୋଡ୍ ସୋ କରିବେ, ବୁଦ୍ଧିଜୀବୀଙ୍କୁ ଭେଟିବେ । ଗଙ୍ଗାରେ ନୌକାଯାତ୍ରା କରିବାର କାର୍ଯ୍ୟକ୍ରମ ବି ରହିଛି ।

Advertisment

publive-image

ଚଳିତ ଥର ପ୍ରିୟଙ୍କାଙ୍କ ଉପରେ ପୂର୍ବ ଉତରପ୍ରଦେଶର ୪୦ ଲୋକସଭା ଆସନର ଦାୟିତ୍ୱ ରହିଛି । ଏହି ଗସ୍ତ ଅବସରରେ ପ୍ରିୟଙ୍କା ଦଳର ଛୋଟବଡ ସମସ୍ତ ନେତାଙ୍କ ସହିତ ଆଲୋଚନା ବି କରିବେ । ପ୍ରିୟଙ୍କା ପ୍ରୟାଗରାଜରୁ ବାରଣାସୀ ଯାଏଁ ନୌ ଯାତ୍ରା କରି ପିଏମ୍ ମୋଦୀଙ୍କ ନମାମି ଗଙ୍ଗା ଯୋଜନାର ଅନୁଧ୍ୟାନ କରିବେ । ଆଜି ଲକ୍ଷ୍ନୌରେ ନେତାଙ୍କ ସହିତ ମାନସ ମନ୍ଥନ କରିବା ପରେ ସୋମବାର ଠାରୁ ୩ ଦିନିଆ ଗସ୍ତରେ ବାହାରିବେ ।

publive-image

ସୂଚନା ଅନୁସାରେ ପ୍ରିୟଙ୍କା ଏହି ଗସ୍ତ ସମୟରେ ଭଦୋହୀ ଓ ମିର୍ଜାପୁରରେ ମନ୍ଦିରରେ ପୂଜା କରିବେ । ଏହି ମନ୍ଦିର ଦର୍ଶନ ପରେ ମିର୍ଜାପୁରରେ ବିଶାଳ ରୋଡ୍ ସୋ ବି କରିବେ ପ୍ରିୟଙ୍କା । ଏହି ଗସ୍ତରେ ପ୍ରିୟଙ୍କା ୧୮ ତାରିଖ ସୋମବାର ପ୍ରୟାଗରାଜରୁ ଗଙ୍ଗାରେ ନୌଯାତ୍ରା କରିବେ । ୧୯ ମାର୍ଚରେ ମିର୍ଜାପୁରରେ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । ରୋଡ୍ ସୋ ପାଇଁ ପ୍ରିୟଙ୍କାଙ୍କୁ ପ୍ରଶାସନର ଅନୁମତି ମିଳିଛି । ତେବେ କାଫିଲାରେ ମାତ୍ର ୧୦ଟି ଗାଡି ନେବାକୁ ଅନୁମତି ଦେଇଛି ପ୍ରଶାସନ ।