ବଲିଉଡ ଓ ହଲିଉଡର ଲୋକପ୍ରିୟ ନାୟିକା ଭାବେ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି । ସେ ଏବେ ତାଙ୍କର ପ୍ରେମିକ ନିକ୍ ଜୋନ୍ସଙ୍କ ସହିତ ଅଧିକ ସମୟ ବିତାଉଛନ୍ତି । ଏହାପରେ ଏହି ପ୍ରେମୀଯୁଗଳ ବ୍ରାଜିଲ୍ ଯାଇଛନ୍ତି। ତେବେ ଏଯାଏଁ ନିକ୍ ଜୋନ୍ ବା ପ୍ରିୟଙ୍କା ଚୋପ୍ରା କେହି ବି ସେମାନଙ୍କର ପ୍ରେମକୁ ସର୍ବସାଧାରଣରେ ଖୋଲା ଖୋଲି ଭାବେ ସ୍ୱୀକାର କରି ନାହାନ୍ତି।
ତେଣେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ବଲିଉଡର ହଟ୍ ହିରୋଇନ୍ ଦୀପିକା ପାଦୁକୋନ୍ଙ୍କ ମଧ୍ୟରେ ଜବରଦସ୍ତ ଟକ୍କର ରହିଛି। ଦୁହେଁ ହଲିଉଡରେ ପ୍ରବେଶ କରିସାରିଲେଣି। ଦୀପିକା ହଲିଉଡ ମୁଭି ‘ଏକ୍ସ ଏକ୍ସ ଏକ୍ସ ଦି ରିଟର୍ଣ୍ଣ ଅଫ୍ ଜାଣ୍ଡର୍ କେଜ୍’ରେ ନାୟିକା ଭାବେ ନଜର ଆସିଥିଲେ।ଏବେ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି,ତାହା ହେଲା ଯେ ପ୍ରିୟଙ୍କା ଚୋପ୍ରା ପ୍ରେମିକ ନିକ୍ ଜୋନ୍ସ ଦୀପିକା ପାଦୁକୋନ୍ଙ୍କର ଦିଓ୍ଵାନା।
ଏହା ଏବେ ଜଣାପଡିଛି ଦୀପିକା ପାଦୁକୋନ୍ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। ସେ ନିଜର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ସେଆର୍ କରୁଛନ୍ତି। ତାଙ୍କୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଲାଇକ୍ ବି କରୁଛନ୍ତି। ଏହି ଲୋକଙ୍କ ଭିତରୁ ଜଣେ ହେଲେ ନିକ୍ ଜୋନ୍ସ।