ଦବଙ୍ଗ ଖାନଙ୍କ ନାୟିକା ହେବେ ଦେଶୀ ଗର୍ଲ : ୧୦ ବର୍ଷ ପରେ ଆସିବ ସଲମାନ୍ – ପ୍ରିୟଙ୍କା ଯୋଡି

130

ସଲମାନ୍ ଖାନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଏବେ ବଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ଭାରତ । ପୂର୍ବରୁ ସଲମାନ୍ ଓ ପ୍ରିୟଙ୍କାଙ୍କ ଯୋଡିରେ ଅନେକ ସିନେମା ପରଦାକୁ ଆସିଥିବାବେଳେ, ଏବେ ୧୦ ବର୍ଷ ପରେ ପୁଣି ଏକାଠି ହେବାକୁ ଯାଉଛନ୍ତି ଏହି ଯୋଡି । ନିଜ ହଲିଉଡ୍ ପ୍ରୋଜେକ୍ଟକୁ ଶେଷ କରି ବଲିଉଡରେ ଅଭିନୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଦେଶୀ ଗର୍ଲ । ୨ ବର୍ଷ ପରେ ବ୍ୟବଧାନ ପରେ ବଲିଉଡକୁ ଫେରୁଛନ୍ତି ପ୍ରିୟଙ୍କା ।

ଅନେକ ଦିନର ବ୍ୟବଧାନ ପରେ ବଲିଉଡ୍ ପରଦାରେ ଦେଖିବାକୁ ମିଳିବ ଦେଶୀ ଗର୍ଲଙ୍କ ଜଲୱା । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ହଲିଉଡ୍ ପ୍ରୋଜେକ୍ଟରୁ ବ୍ରେକ ନେଇ ଏବେ ଅଭିନୟ କରିବେ ବଲିଉଡ୍ ସିନେମାରେ । କାରଣ ନିକଟରେ ଏକ ବଡ ବଜେଟ୍ ବଲିଉଡ୍ ସିନେମା ସାଇନ୍ କରିଛନ୍ତି ପିଗି ଚପ୍ସ । ଅଭିନେତା ସଲମାନ୍ ଖାନଙ୍କ ବିପକ୍ଷରେ ନାୟିକା ହେବା ପାଇଁ ସାଇନ୍ କରିଛନ୍ତି ପ୍ରିୟଙ୍କା । ପୂର୍ବରୁ ମୁଝସେ ସାଦି କରୋଗି, ସଲାମେ ଇଷ୍କ ଏବଂ ଗଡ୍ ତୁସସି ଗ୍ରେଟ୍ ହୋ ଭଳି ସିନେମାରେ ପରଦାରେ ଏକାଠି ଅଭିନୟ କରିଥିବା ସଲମାନ୍ ଓ ପ୍ରିୟଙ୍କା ଯୋଡି ପୁଣିଥରେ ଫେରିବାକୁ ଯାଉଛି । ପାଖାପାଖି ୧୦ ବର୍ଷର ବ୍ୟବଧାନ ପରେ ଏହି ଯୋଡି ଅଲ୍ଲି ଅବାସ୍ ଜଫରଙ୍କ ଆଗାମି ଫିଲ୍ମ ଭାରତରେ ଏକାଠି ସ୍କ୍ରିନ୍ ସେୟାର୍ କରିବେ । ସିନେ ଆନାଲିଟିକ୍ ତରନ ଆଦର୍ଶ ଟ୍ୱିଟ୍ କରି ଏହି ଖବର ବିଷୟରେ ସୂଚନା ଦେଇଛନ୍ତି ।

ତରନ ପ୍ରିୟଙ୍କାଙ୍କ ଏକ ଫଟ ସେୟାର୍ କରିବା ସହ କହିଛନ୍ତି ପ୍ରିୟଙ୍କା ହିଁ ହେବେ ସଲମାନଙ୍କ ନାୟିକା । ତେବେ ଗତ କିଛି ଦିନ ତଳେ ଶୁଣିବାକୁ ମିଳୁଥିଲା ଭାରତରୁ ପ୍ରିୟଙ୍କାଙ୍କୁ ଆଉଟ୍ କରି କ୍ୟାଟ୍ରିନାଙ୍କୁ ନେବା ପାଇଁ ସଲମାନ୍ ଯୋଜନା କରୁଛନ୍ତି । ହେଲେ ଏବେ ଘୋଷଣା ହୋଇଛି ଭାରତ ହେବ ପ୍ରିୟଙ୍କାଙ୍କ କମବ୍ୟାକ ସିନେମା । ଅଲ୍ଲି ଅବାସ୍ ଜଫର୍ ସଲମାନଙ୍କ ନୂଆ ଫେବରେଟ୍ ନିର୍ଦ୍ଦେଶକ ହୋଇଥିବାବେଳେ ପ୍ରିୟଙ୍କା ବି ଚଳଚ୍ଚିତ୍ର ଗୁଣ୍ଡେରେ ନିର୍ଦ୍ଦେଶକ ଅଲ୍ଲିଙ୍କ ସହ କାମ କରି ସାରିଛନ୍ତି । ଆଉ ଅଲ୍ଲିଙ୍କ ସହ ତାଙ୍କର ଭଲ କନେକ୍ସନ୍ ମଧ୍ୟ ରହିଛି । ଆଉ ଏବେ ଦୁହିଁଙ୍କୁ ନେଇ ସିନେମା ପ୍ରସ୍ତୁତ କରୁଛନ୍ତି । ତେବେ ନିକଟରେ ଭାରତର ସୁଟିଂ ବି ଆରମ୍ଭ ହୋଇ ଯାଇଛି । ପ୍ରଥମ ଦିନ ସୁଟିଂର ଏକ ଫଟୋ ନିର୍ଦ୍ଦେଶକ ଜାଫର୍ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଫଟୋରେ କ୍ଲାପ ବୋର୍ଡ ପଛରେ ସଲମାନଙ୍କୁ ଦେଖିବାକୁ ମିଳିଛି । ଆଉ ଖୁବଶୀଘ୍ର ପ୍ରୟଙ୍କା ବି ଭାରତର ସୁଟିଂ ଆରମ୍ଭ କରିବେ ।