ବିବାହ ପାଇଁ ହେଲିକପ୍ଟରରେ ଏଂଟ୍ରି ମାରିବେ ପ୍ରିୟଙ୍କା ! ଡିସେମ୍ବର ୨ରେ ବାହାଘର ।

262

କନକ ବ୍ୟୁରୋ : ବାହାଘରରେ ହେଲିକପ୍ଟରରେ ଏଂଟ୍ରି କରିବେ ପ୍ରିୟଙ୍କା ଚୋପ୍ରା । ବାହାଘର ଦିନ ପ୍ରିୟଙ୍କା ଉଦୟପୁର ଯିବେ । ସେଠାରୁ ସେ ହେଲିକାପ୍ଟରରେ ଜୋଧପୁର ଉମେଦ ଭବନରେ ଲ୍ୟାଣ୍ଡ କରିବେ ବୋଲି ସୂଚନା ମିଳିଛି । ଏହା ସହ ବାହାଘରରେ ଯୋଗଦେବାକୁ ଥିବା ହାଇଫ୍ରୋପାଇଲ ଅତିଥିଙ୍କ ପାଇଁ ପ୍ୟାଲେସରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି । ଅତିଥିମାନେ ଯୋଧପୁର ବିମାନବନ୍ଦରରେ ପହଁଚିବା ପରେ ହେଲିକପ୍ଟର ଯୋଗେ ଉମେଦ ଭବନ ପ୍ୟାଲେସକୁ ଯିବେ ।

୨୯ ନଭେମ୍ବର ଓ ୩ ଡିସେମ୍ବର ପାଇଁ ହେଲିକେପ୍ଟରକୁ ବୁକ୍ କରାଯାଇଛି ।  ୨୯କୁ ଉଦୟପୁରରୁ ସିଧା ଯୋଧପୁର ଉମେଦ ପ୍ୟାଲସରେ ଲ୍ୟାଣ୍ଡ କରିବାକୁ ଥିବା ବେଳେ ଡିସେମ୍ବର ୩କୁ ଉଦୟପୁର ଫେରିଯିବ । ଏନେଇ ମେବାର ହେଲିକେପ୍ଟର ସର୍ଭିସେସ୍ ପକ୍ଷରୁ ସୂଚନା ମିଳିଛି । ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ବାହାଘରକୁ ନେଇ ଚର୍ଚ୍ଚା ଏବେ ସବୁଠି । ଏହି ସେଲିବ୍ରେଟିଙ୍କ ମ୍ୟାରେଜ ଡିସେମ୍ବର ୨ତାରିଖରେ ଯୋଧପୁର ଉମେଦ ଭବନରେ ଆୟୋଜିତ ହେବ । ଏଥିସହ ଉମେଦ ଭବନର ସୁରକ୍ଷା ବ୍ୟବସ୍ଥା ଦ୍ୱିଗୁଣା ଅଧକ ବୃଦ୍ଧି କରାଯାଇଛି । ବାହାଘର ପାଇଁ କେବଳ ୨୦୦ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଦୀପବୀରଙ୍କ ପରି ପ୍ରିୟଙ୍କା ଓ ନିକ ମଧ୍ୟ ଦୁଇଟି ରୀତୀନୀତିରେ ବିବାହ କରିବେ । ୨ ତାରିଖରେ ହିନ୍ଦୁ ଓ ୩ ତାରିଖରେ କ୍ୟାଥଲିକ ରୀତୀନିତିରେ ବାହାଘର ହେବା ନେଇ ସୂଚନା ରହିଛି ।