ପ୍ରିୟଙ୍କା କରୁଥିଲେ ତନ୍ତ୍ର ପୂଜା ? ବହୁ ଚର୍ଚ୍ଚା ପରେ ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ 

1,636

କନକ ବ୍ୟୁରୋ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସଫଳତା ପଛରେ କଳା ଯାଦୁ, ତନ୍ତ୍ର ବିଦ୍ୟା ଥିବା ନେଇ ବହୁବାର ଅଭିଯୋଗ ହୋଇଛି । ଶଇତାନୀ ପୂଜାର୍ଚ୍ଚନା ବଳରେ ପ୍ରିୟଙ୍କା ବହୁ ସଫଳତା ପାଇଥିବା ନେଇ ଅନେକ ଥର ଦାବି ମଧ୍ୟ ଉଠିଛି । ଆଉ ପ୍ରଥମ ଥର ଏଭଳି ମନ୍ତବ୍ୟ ଉପରେ ବୟାନ ରଖିଛନ୍ତି ଖୋଦ୍ ପ୍ରିୟଙ୍କା ଚୋପ୍ରା । ଚଳିତ ମାସରେ ବିଦେଶରୁ ମୁମ୍ବାଇ ଫେରିଥିବା ପ୍ରିୟଙ୍କା ଚୋପ୍ରା ୟୁଟ୍ୟୁବର ରଣବୀର ଆହ୍ଲାବଡିଆଙ୍କ ସହ କରିଥିବା ଏକ ପୋଡକାଷ୍ଟ ତଥା ଆଲୋଚନାରେ ଏହାର ଖୁଲାସା କରିଛନ୍ତି ପ୍ରିୟଙ୍କା ।

ତାଙ୍କ ସଫଳତା ପଛରେ କଳା ଯାଦୁଥିବା ନେଇ ରଣବୀରଙ୍କ ପ୍ରଶ୍ନ ଶୁଣି ପ୍ରିୟଙ୍କା ହସି ହସି କହିଥିଲେ ଏହା ଭୟଙ୍କର । ଭଗବାନ ଶିବ ମୋ ଉପରେ କ୍ଷୋଭ ପ୍ରକାଶ କରୁଥିବେ ବୋଲି ମଜାକରେ କହିଛନ୍ତି ପ୍ରିୟଙ୍କା । ଏବଂ ତାଙ୍କ ସଫଳତା ପଛରେ ଥିବା କାହାଣୀ ବର୍ଣ୍ଣନା କରିଛନ୍ତି । ପ୍ରିୟଙ୍କା କହିଛନ୍ତି, ମିସ୍ ୱାଲର୍ଡ ଜିତିବା ପରେ ତାଙ୍କ ଜୀବନ ପରିବର୍ତନ ହୋଇଯାଇଥିଲା । କିନ୍ତୁ ତାହା ପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରବେଶ ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା । ହେଲେ ଏହି ଟାଇଟଲ ଜିତିବା ପରେ ଲୋକମାନେ ତାଙ୍କୁ ଅଧିକରୁ ଅଧିକ ଜାଣିବାକୁ ଚାହିଁଥିଲେ । ଏବଂ ଫିଲ୍ମ ତାଙ୍କ ପାଖକୁ ଆସିଥିଲା ବୋଲି କହିଛନ୍ତି ପ୍ରିୟଙ୍କା ।