ପ୍ରିନ୍ସ ହ୍ୟାରୀ ଏବଂ ମେଗନଙ୍କ ବିବାହରେ ଯୋଗ ଦେଲେ ପ୍ରିୟଙ୍କା ! ଫଟୋ ହେଲା ଭାଇରାଲ୍ । 

Advertisment
ପ୍ରିନ୍ସ ହ୍ୟାରୀ ଏବଂ ମେଗନଙ୍କ ବିବାହରେ ଯୋଗ ଦେଲେ ପ୍ରିୟଙ୍କା ! ଫଟୋ ହେଲା ଭାଇରାଲ୍ । 

image courtesy - Padma News

ବେଶ୍ ରାଜକୀୟ ଅନ୍ଦାଜରେ ସମ୍ପନ୍ନ ହୋଇଯାଇଛି ବ୍ରିଟେନ୍ ରାଜକୁମାର ହ୍ୟାରୀ ଏବଂ ମେଗନଙ୍କ ବିବାହ । ପ୍ରଶଂସକ ଏବଂ ଅତିଥିଙ୍କ ଗହଣରେ ଦୁହେଁ ଦୁହିଁଙ୍କୁ ଜନ୍ମ ଜନ୍ମର ସାଥି ରୂପେ ଚୟନ କରିଛନ୍ତି । ଏହି ରାଜକୀୟ ବିବାହରେ ବହୁ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ ହେଁ ସେଠାକାର ବିଶେଷ ଆକର୍ଷଣ ଥିଲେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା । ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ବିବାହରେ ମେଗନଙ୍କ ତରଫରୁ ଯୋଗ ଦେଇଥିଲେ । ଅଭିନେତ୍ରୀ ମେଗନ୍ ଏବଂ ପ୍ରିୟଙ୍କା ଦୁଇଜଣ ଭଲ ବାନ୍ଧବୀ ହୋଇଥିବା ବେଳେ ମେଗନ୍ ପ୍ରିୟଙ୍କାଙ୍କୁ ନିଜ ବିବାହରେ ଆମନ୍ତ୍ରଣ କରିଥିଲେ । ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଏହା ଭାଇରାଲ୍ ହେବାକୁ ଲାଗିଛି । ପ୍ରିୟଙ୍କାଙ୍କ ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଆସିବା ଆରମ୍ଭ ହୋଇଗଲାଣି । publive-imageଏହାପୂର୍ବରୁ ସେ ଏକ ଝିଅ ମାନଙ୍କ ଗ୍ରୃପ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ସେଥିରେ ଲେଖିଥିଲେ ‘ବିବାହ ପୂର୍ବରୁ ମସ୍ତି’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe