ପ୍ରିୟଙ୍କା ଚୋପ୍ରାଙ୍କ ହାତ ଛାଡିବେ କି ନିକ୍ ? କ’ଣ କହିଲେ ପ୍ରିୟଙ୍କାଙ୍କ ମା’

768

କନକ ବ୍ୟୁରୋ: ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ସାଇଟରେ ନିଜ ର୍ନାଁରୁ ନିକ୍ ଜୋନ୍ସଙ୍କ ନାଁ ହଟାଇ ଦେବା ପରେ ମନୋରଂଜନ ଜଗତରେ ଏହା ବିଜୁଳି ଭଳି ବ୍ୟାପୀଯାଇଥିଲା । ତାଙ୍କର ପ୍ରତିଟି ପ୍ରଶଂସକ ଏହା ଜାଣିବାକୁ ଚାହୁଁଥିଲେ କି, ବିବାହର ୩ ବର୍ଷ ନପୁରୁଣୁ କ’ଣ ଦୁହିଁଙ୍କର ବିଚ୍ଛେଦ ହେବ?ପ୍ରିୟଙ୍କା ଓ ନିକ୍ ଜୋନ୍ସଙ୍କ ଛାଡପତ୍ର ଖବର ଚାହୁଁ ଚାହୁଁ ଖେଳିଗଲା । ହେଲେ ଏହାକୁ ନେଇ ଚିନ୍ତିତ ହୋଇପଡିଛନ୍ତି ପ୍ରିୟଙ୍କାଙ୍କ ମା’ ଆଉ କ’ଣ କହିଛନ୍ତି ଜାଣିବା ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ସିଙ୍ଗର ସ୍ୱାମୀ ନିକ୍ ଜୋନ୍ସଙ୍କ ଖବର ଏବେ ପୁଣି ଥରେ ଚର୍ଚ୍ଚାରେ । କଥା ହେଉଛି ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ତାଙ୍କ ସ୍ୱାମୀଙ୍କ ସାଙ୍ଗିଆ ହଟାଇ ଦେଇଛନ୍ତି । ଏହାପରେ ଦୁହିଁଙ୍କ ମଧ୍ୟରେ କିଛି ମନାନ୍ତର ସୃଷ୍ଟି ହୋଇଥିବା ଖବର ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ମଧ୍ୟ ଦୁହିଁଙ୍କ ମଧ୍ୟରେ କିଛି ବିବାଦକୁ ନେଇ ଛାଡପତ୍ର ଖବର ମଧ୍ୟ ଶୁଣିବାକୁ ମିଳୁଥିଲା । କିନ୍ତୁ ବାରମ୍ବାର ଏହାକୁ ଅସ୍ୱୀକାର କରିଅସିଛନ୍ତି ପ୍ରିୟଙ୍କା । ନିଜ ନାଁରୁ ନିଜ ସ୍ୱାମୀଙ୍କ ସରନେମ୍ ରଖିବାକୁ ସବୁବେଳେ ଗର୍ବିତ ଅନୁଭବ କରୁଥିବା ପ୍ରିୟଙ୍କା ପ୍ରଥମ ଥର ପାଇଁ ନିଜ ନିକଙ୍କ ନାଁକୁ ‘ଜୋନ୍ସ’ ଅଲଗା କରିଦେଇଛନ୍ତି, ଯାହା ପ୍ରଶଂସକଙ୍କ ସନ୍ଦେହକୁ ଦୃଢ କରିଛି ।

ହେଲେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ।ସେ ଅଧିକାଂଶ ସମୟ ନିଜ ଝିଅ ଜ୍ୱାଇଁଙ୍କ ସହ କଟାଉଥିବା ଦେଖିବାକୁ ମିଳିଥାଏ । ନିକଙ୍କୁ ସେ ନିଜ ପୁଅ ଭଳି ମାନିଥାନ୍ତି । ହେଲେ ପ୍ରୟଙ୍କା ଓ ନିକଙ୍କୁ ନେଇ ଯେଉଁ ଗୁଜବ ବ୍ୟାପୁଛି ତାହା ଅମୂଳକ ବୋଲି କହିଛନ୍ତି ମଧୁ ଚୋପ୍ରା । ଦୁହିଁଙ୍କ ମଧ୍ୟରେ ସବୁ ଠିକଠାକ ଚାଲିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ପ୍ରିୟଙ୍କାଙ୍କ ସହ ନିକ୍ ଜୋନ୍ସଙ୍କ ବିବାହ ୨୦୧୮ରେ ଯୋଧପୁରର ଏକ ବିଳାସମୟ ହୋଟେଲରେ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ପ୍ରିୟଙ୍କା ଚୋପ୍ରାରୁ ପ୍ରିୟଙ୍କା ଚୋପ୍ରା ଜୋନ୍ସ ଲେଖିଆସୁଥିଲେ ।