ଶିବସେନାରେ ସାମିଲ ହେବା ପରେ ପ୍ରିୟଙ୍କା ଚତୁର୍ବେଦୀଙ୍କ ହେଲା ପ୍ରମୋଶନ, ମିିଳିଲା ବଡ ପଦ

Advertisment
ଶିବସେନାରେ ସାମିଲ ହେବା ପରେ ପ୍ରିୟଙ୍କା ଚତୁର୍ବେଦୀଙ୍କ ହେଲା ପ୍ରମୋଶନ, ମିିଳିଲା ବଡ ପଦ

source : Aajtak

କଂଗ୍ରେସରୁ ଇସ୍ତଫା ଦେଇ ଶିବସେନାରେ ସାମିଲ ହୋଇଥିବା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଦଳରେ ବଡ ଦାୟିତ୍ୱ ମିଳିଛି । ଶିବସେନା ତାଙ୍କୁ ଦଳର ଉପନେତା କରିଛି । ପ୍ରିୟଙ୍କା ଚତୁର୍ବେଦୀ ଏହି ଦଳରେ ସାମିଲ ହେବାର ଠିକ୍ ୧ ସପ୍ତାହ ପରେ ଏହି ପଦ ମିଳିଛି । ସେ ୧୯ ଏପ୍ରିଲରେ ଦଳର ପ୍ରମୁଖ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଶିବସେନାରେ ସାମିଲ ହୋଇଥିଲେ ।

publive-image

ଉପନେତାର ଦାୟିତ୍ୱ ମିଳିବା ପରେ ପ୍ରିୟଙ୍କା ଚତୁର୍ବେଦୀ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି କି, “ଧନ୍ୟବାଦ ଉଦ୍ଧବ ଠାକରେ, ମୋତେ ଏକ ସାଙ୍ଗଠନିକ ଭୂମିକା ଓ ଦାୟିତ୍ୱ ଦେବା ପାଇଁ କାହିଁକିନା ମୁଁ ନିଜ କ୍ଷମତା ଅନୁସାରେ ଦଳରେ ଯୋଗଦାନ କରିପାରିବି ।” ସେ ଫେସବୁକରେ ବି ଲେଖିଛନ୍ତି କି, “ଉଦ୍ଧବ ଠାକରେଙ୍କୁ ମୋର ବହୁତ କୃତଜ୍ଞତା । ଆପଣ ମତେ ଯେଉଁ ବଡ ଦାୟିତ୍ୱ ଦେଇଛନ୍ତି ଓ ମୋ ଉପରେ ପୁରା ବିଶ୍ୱାସ ଓ ଭରସା ବ୍ୟକ୍ତ କରିଛନ୍ତି , ସେହି ସମସ୍ତ ଆଶାରେ ଶତ ପ୍ରତିଶତ ଦେବାକୁ ଶିବସେନା ପାଇଁ ବହୁତ ପରିଶ୍ରମ କରିବି ।”

ଶିବସେନାର ପଦାନୁକ୍ରମରେ ଦଳରେ ଅଧ୍ୟକ୍ଷର ପଦ ପରେ ନେତା ଓ ଉପନେତା ପଦ ମହତ୍ୱପୂର୍ଣ୍ଣ । ଗୋଟିଏ ଦଳରେ ଅଧ୍ୟକ୍ଷ, ୧୨ ନେତା ଓ ୨୪ ଉପନେତା ଥାଆନ୍ତି । ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe