ବଲିଉଡର ଦେଶୀ ଗର୍ଲ ନାମରେ ଚର୍ଚ୍ଚିତ ଥିବା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ବୟସ ଠାରୁ ଢେରଗୁଣା କମ୍ ବୟସ୍କ ବିଦେଶୀ ବୟଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରସ୍ତୁତି କରିସାରିଲେଣି । ଗତକାଲି ପ୍ରିୟଙ୍କାଙ୍କ ଘରେ ନିକ୍ ଏବଂ ତାଙ୍କ ମାତାପିତାଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଥିଲା । ତେବେ ଏଭଳି ଅଚାନକ ଏହି ପ୍ରେମୀଯୁଗଳଙ୍କ ବିଦେଶରୁ ଭାରତ ଆସିବା ଏବଂ ନିର୍ବନ୍ଧ କରିବା ବଲିଉଡ୍ ପାଇଁ ଏକ ବଡ ସରପ୍ରାଇଜ୍ । ଏହାର ଖବର କାହାରିକୁ ନ ଦେଇଥିଲେ ମଧ୍ୟ ଏହି ଖବର ଲିକ୍ ହୋଇଯାଇଛି ।

Advertisment

publive-image

ତେବେ ଦୁହିଁଙ୍କ ନିର୍ବନ୍ଧ ପଞ୍ଜାବି ଷ୍ଟାଇଲରେ ସଂପନ୍ନ ହୋଇଛି । ନିର୍ବନ୍ଧ ଉତ୍ସବରେ ପ୍ରିୟଙ୍କା ହଳଦିଆ ସୁଟ୍ ପିନ୍ଧିଥିବା ବେଳେ ନିକ୍ ଧଳା କୁରତା ଏବଂ ପାଇଜାମାରେ ନଜର ଆସିଥିଲେ । ତେବେ ନିର୍ବନ୍ଧ ପରେ ଦୁହେଁ ନିଜ ସୋସିଆଲ୍ ସାଇଟରେ ନିଜ ସଂପର୍କକୁ ନେଇ ଷ୍ଟାଟସ୍ ଦେଇଥିଲେ । ପ୍ରିୟଙ୍କା ଏକ ଫଟୋରେ କହିଥିଲେ ଯେ, “ତୁମେ ମୋ ହୃଦୟ ଏବଂ ଆତ୍ମା ସବୁକିଛି ନେଇଯାଇଛ ।” ତେବେ ନିକ୍ ମଧ୍ୟ ନିଜ ସୋସିଆଲ୍ ସାଇଟରେ ଦୁ ହିଁଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ହେବାକୁ ଯାଉଥିବା ଭାବି ଶ୍ରୀମତୀ ଜୋନସ୍ ....ମୋ ହୃଦୟ ମୋ ପ୍ରେମ ।’ ତେବେ ଅକ୍ଟୋବରରେ ଦୁହିଁଙ୍କ ବିବାହ ହେବା ନେଇ ଖବର ଶୁଣିବାକୁ ମିଳୁଛି ।