ଅଣଗାନ୍ଧୀ ପରିବାରର ସଦସ୍ୟ ବି ହୋଇପାରିବେ କଂଗ୍ରେସ ଅଧ୍ୟକ୍ଷ ।  ରାହୁଲଙ୍କ ବୟାନରେ ସହମତି ପ୍ରକାଶ କଲେ ପ୍ରିୟଙ୍କା, ଆମେରିକାର ଗବେଷକଙ୍କ ପୁସ୍ତକ ‘ଇଣ୍ଡିଆ ଟୁମୋରୋ’ରେ ଦାବି । 

602

କନକ ବ୍ୟୁରୋ : ଅଣ-ଗାନ୍ଧୀ ପରିବାରର ସଦସ୍ୟ ବି ହୋଇପାରିବେ କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କା  ଗାନ୍ଧୀ ଭଦ୍ରା ମଧ୍ୟ ସମାନ କଥା କହିଛନ୍ତି । ୨୦୧୯ ନିର୍ବାଚନରେ ଯେତେବେଳେ କଂଗ୍ରେସର ଶୋଚନୀୟ ପରାଜୟ ହେଲା ସେହି ସମୟରେ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ । ଏବଂ ଅଣ-ଗାନ୍ଧୀ ପରିବାର ସଦସ୍ୟଙ୍କୁ ଅଧ୍ୟକ୍ଷ ପଦ ଦେବା କଥା କହିଥିଲେ । ପରେ ବୟସ ଅଧିକ ଓ ଅସୁସ୍ଥତା ସତ୍ୱେ ଦଳର ଭାର ଉଠାଇଛନ୍ତି ସୋନିଆ ଗାନ୍ଧୀ । ଆଉ ଏପରି ସମୟରେ ଅଣ ଗାନ୍ଧୀ ପରିବାରର ସଦସ୍ୟ କଂଗ୍ରେସ ଅଧ୍ୟକ୍ଷ ହେବା ନେଇ ଆସିଥିବା ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଅଣ-ଗାନ୍ଧୀ ପରିବାରର ସଦସ୍ୟ ବି ହୋଇପାରିବେ କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ସହ ଏକମତ ପ୍ରିୟଙ୍କା । ପ୍ରଥମ ଥର ପାଇଁ ଗାନ୍ଧୀ  ପରିବାର ବାହାରୁୁ ଜଣେ କଂଗ୍ରେସ ନେତୃତ ନେବା ସପକ୍ଷରେ ଯୁକ୍ତି ବାଢିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ, ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ କଂଗ୍ରେସର ଦାୟିତ୍ୱ ଦେବା ପାଇଁ ଦାବି କରିଥିଲେ ରାହୁଲ ଗାନ୍ଧୀ । ଏବେ ସମାନ ସ୍ୱରରେ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଟିକେ ନଜର ପକାନ୍ତୁ କଣ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଡ୍ରା । ଇସ୍ତଫା ପତ୍ରରେ ନୁହେଁ କିନ୍ତୁ ଅନ୍ୟ କୌଣସି ସ୍ଥାନରେ ରାହୁଲ କହିଛନ୍ତି ଯେ, ଆମ ମାନଙ୍କ ମଧ୍ୟରୁ କେହି କଂଗ୍ରେସ ଅଧ୍ୟକ୍ଷ ନ ବନିବା ଉଚିତ । ଆଉ ମୁଁ ଏଥିରେ ସହମତ । ମୁଁ ଭାବେ ଦଳକୁ ନିଜ ରାସ୍ତା ମଧ୍ୟ ଖୋଜିବା ଆବଶ୍ୟକ । ଅଧ୍ୟକ୍ଷ ଗାନ୍ଧୀ ପରିବାରର ନହୋଇଥିଲେ ମଧ୍ୟ ସେ ଆମ ବସ୍ । ତେବେ କାଲି ଯଦି ସେ କହିବେ ମୋର ଆବଶ୍ୟକତା ଉତରପ୍ରଦେଶରେ ନୁହେଁ ଅଣ୍ଡମାନ ନିକୋବରରେ ଅଛି ତେବେ ମୁଁ ଖୁସି ଖୁସି ଅଣ୍ଡମାନ ନିକୋବର ଯିବି ।

ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏପରି ଦାବି ଏକ ନୂଆ ପୁସ୍ତକ ‘ଇଣ୍ଡିଆ ଟୁମୋରୋ’ରେ କରାଯାଇଛି । ଆମେରିକାର ଗବେଷକ ପ୍ରଦୀପ ଚିବର ଓ ହର୍ଷ ଶାହାଙ୍କ ଏହି ପୁସ୍ତକଟି ଅଗଷ୍ଟ ୧୩ତାରିଖରେ ଉନ୍ମୋଚନ ହୋଇଛି । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦଳର କହିବା ଅନୁଯାୟୀ ଗତବର୍ଷ ଜୁଲାଇ ମାସରେ ପ୍ରଦୀପ ଚିବର ଓ ହର୍ଷ ଶାହା, ପ୍ରିୟଙ୍କାଙ୍କୁ ଭେଟିଥିଲେ । ଏବଂ ୧୫ମାସ ପୁରୁଣା ସାକ୍ଷାତକାରକୁ ଏକ ନୂଆ ସାକ୍ଷାତକାର ଭାବେ ଉପସ୍ଥାପନ କରାଯାଇଛି । ଏବେ ଦଳର ସ୍ଥିତିକୁ ଦେଖି ଗାନ୍ଧୀ ପରିବାରର ହିଁ ଜଣେ ଅଧ୍ୟକ୍ଷ ପଦରେ ରହିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଥିବା ସମୟରେ ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ପଦରୁ ଇସ୍ତଫା ଦେଇଥିଲେ । ବୟସ ଅଧିକ ଓ ଅସୁସ୍ଥତା ସତ୍ୱେ ଦଳର ଭାର ଉଠାଇଛନ୍ତି ସୋନିଆ ଗାନ୍ଧୀ । ଆଉ ଏପରି ସମୟରେ ଅଣ ଗାନ୍ଧୀ ପରିବାରର ସଦସ୍ୟ କଂଗ୍ରେସ ଅଧ୍ୟକ୍ଷ ହେବା ନେଇ ଆସିଥିବା ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ହେଉଛି ।