କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଡିଆଁ ଜୋରଦାର ଚାଲିଛି । ଆଜି ସକାଳ ପାଖାପାଖି ୧୦ଟା ୬ ମିନିଟ ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ବିଜେଡି ଛାଡିଥିଲେ । ମାତ୍ର ୨ ଘଣ୍ଟା ଭିତରେ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ, ସଭାପତି ଓ ବରିଷ୍ଠ ନେତାଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରିୟଦର୍ଶୀ । ବିଜେଡିରେ ତାଙ୍କୁ ଉଚିତ ସମ୍ମାନ ନମିଳିବାରୁ ସେ ବାଧ୍ୟ ହୋଇ ଦଳ ଛାଡିଥିବା କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/20-22.jpg)