ଦଳ ଛାଡିବାର କାରଣ କହିଲେ ପ୍ରିୟଦର୍ଶୀ । କହିଲେ, ଦଳରେ ଚାଲିଛି କୁଚକ୍ରିଙ୍କ ଶାସନ…

580

କନକ ବ୍ୟୁରୋ: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଦଳ ଛାଡିବା ପରେ ବଖାଣିଛନ୍ତି ମନର କ୍ଷୋଭ, କହିଛନ୍ତି ବିଜେଡି ଛାଡିବାର କାରଣ । ସେ କହିଛନ୍ତି ଯେ, ଦଳରେ କୁଚକ୍ରି ଗୋଷ୍ଠୀ କାମ କରୁଛନ୍ତି । ସେମାନେ ପୁରୁଣା ଲୋକଙ୍କୁ ହଟାଇବାକୁ ଚାହୁଁଛନ୍ତି । ନୂଆ ଯେଉଁମାନେ ଆସିଛନ୍ତି ସେମାନେ କ୍ଷମତା ରାଜନୀତି କରୁଛନ୍ତି । ଦଳରେ ତାଙ୍କୁ ଘୋର ଅଣଦେଖା କରାଯାଇଛି ।

ପ୍ରିୟଦର୍ଶୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କାମ କରିଥିଲେ । ହେଲେ ୨୦୧୯ରେ ତାଙ୍କୁ ଟିକେଟରୁ ବଞ୍ଚିତ କରାଗଲା । ୨୦୨୪ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଦଳର କୌଣସି କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଗଲା ନାହିଁ କି ତାଙ୍କୁ ଖୋଜାଗଲା ନାହିଁ । ଦଳରେ ତାଙ୍କୁ ଆଉ ଆବଶ୍ୟକ ମନେକରାଗଲା ନାହିଁ । ତେଣୁ ସେ ଦଳ ଛାଡିଲେ ବୋଲି କହିଛନ୍ତି ।