ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର୍ ରୋହିତ ସେଟ୍ଟୀଙ୍କ ଚଳଚ୍ଚିତ୍ର ‘ସିମ୍ବା’ରେ ଅଭିନେତା ରଣବୀର ସିଂହଙ୍କ ସହିତ ଅଭିନୟ କରିବାର ଇଚ୍ଛା ରଖିଥିଲେ ବୋଲି ସେ ନିକଟରେ ମୁହଁ ଖୋଲିଛନ୍ତି। ପ୍ରିୟା ମୁମ୍ବାଇ ଠାରେ ରବିବାର ତାଙ୍କର ଅପକମିଂ ଚଳଚ୍ଚିତ୍ର ‘ଶ୍ରୀଦେବୀ ବଙ୍ଗଲୋ’ର ଟ୍ରେଲର୍ ରିଲିଜ୍ ସମୟରେ ଏପରି କହିଥିବା ସୂଚନା ରହିଛି।

Advertisment

publive-image

ଏକ ଆଖି ମରା ଦୃଶ୍ୟରେ ରାତାରାତି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ପ୍ରିୟା ଲୋକପ୍ରିୟତା ହାସଲ କରିବାର ପରେ ପରେ ହିଁ ତାଙ୍କୁ ଗୁଡ଼ାଏ ଚଳଚ୍ଚିତ୍ରର ଅଫର୍ ମିଳିଥିଲା। ସେ ‘ସିମ୍ବା’ରେ ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା। ମାତ୍ର ପରେ ଏହି ଚଳଚ୍ଚିତ୍ର ପାଇଁ ସାରା ଅଲ୍ଲୀ ଖାନ ମନସ୍ତ ହୋଇଥିଲେ। ଚଳଚ୍ଚିତ୍ରଟି ଏବେ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ଚାଲିଛି ।

publive-image

ଏ ସଂପର୍କରେ ପ୍ରିୟା କହିଛନ୍ତି କି “ଅବଶ୍ୟ ବହୁ ଗୁଜବ ଉଠିଥିଲା ଯେ, ମୁଁ ‘ସିମ୍ବା’ରେ ଦେଖିବାକୁ ମିଳିବି। ତାହା ସତ ହୋଇ ପାରିଥାନ୍ତା । କାହିଁକି ନା, ମୁଁ ରଣବୀର ସିଂହଙ୍କ ବଡ଼ ପ୍ରଶଂସକ। ମୋତେ ତାଙ୍କ ସହ କାମ କରିବାର ଇଚ୍ଛା ଅଛି ।”