ପଡ଼ିଆକୁ ଓହ୍ଲାଇ ପାରିବେନି ପୃଥ୍ୱୀ ! ଡୋପ୍ ଟେଷ୍ଟରେ ଫସିଗଲେ, ନଭେମ୍ବର ୧୫ ପର୍ଯ୍ୟନ୍ତ ନିଲମ୍ବିତ କଲା ବିସିସିଆଇ ।

580

କନକ ବ୍ୟୁରୋ: ଭାରତୀୟ ଯୁବ ବିସ୍ମୟ କ୍ରିକେଟର ପୃଥ୍ୱୀ ସ’ଙ୍କୁ ଝଟକା । ଡୋପିଂ ଟେଷ୍ଟରେ ଫସିଗଲେ ଏହି ଯୁବ କ୍ରିକେଟର । ସାଢ଼େ ତିନିମାସ ଆର୍ଥାତ୍ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପଡ଼ିଆକୁ କୌଣସି ଶ୍ରେଣୀର କ୍ରିକେଟ ଖେଳିପାରିବେନି ପୃଥ୍ୱୀ । ଏଭଳି ପ୍ରତିବନ୍ଧକ ଲଗାଇଛି ବିସିସିଆଇ । ଅନ୍ୟପଟେ ଏହି ୧୯ ବର୍ଷୀୟ ଯୁବ କ୍ରିକେଟରଙ୍କ ସହ ତାଙ୍କ ଫ୍ୟାନ୍ ମାନଙ୍କୁ ଏହି ଖବର ନିରାଶ କରିଛି ।

ସୂଚନା ମୁତାବକ, ଆସନ୍ତା ଫେବ୍ରୁୟାରୀ ୨୨ ତାରିଖରେ ଇନ୍ଦୋର ଠାରେ ଖେଳାଯିବାକୁଥିବା ସୟିଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ପାଇଁ ଡୋପିଂ ଟେଷ୍ଟ ଚାଲିଥିବା ବେଳେ ତାଙ୍କ ରକ୍ତ ନମୁନାରୁ ‘ଟର୍ବ୍ୟୁଟାଲାଇନ୍’ ନାମକ ଡ୍ରଗ୍ସ ମିଳିଛି । ତେଣୁ ଡୋପିଂ ନିୟମକୁ ଏହା ଉଲଂଘନ କରୁଥିବାରୁ ତାଙ୍କୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ କ୍ରିକେଟ୍ ଜଗତରୁ ନିଲମ୍ବିତ କରିଛନ୍ତି ବିସିସିଆଇ ବୋର୍ଡ ।

ଅନ୍ୟପଟେ ପୃଥ୍ୱୀ ସ’ ନିଜ ପକ୍ଷ ରଖି ବିସିସିଆଇଙ୍କୁ କହିଛନ୍ତି କି, ଅଜାଣତରେ ଟର୍ବ୍ୟୁଟାଲାଇନ୍ କଫ୍ ସିରଫ ଥିବା ପିଇଥିଲେ । ଆଉ ସେଥିରେ ‘ଟର୍ବୁଟାଲାଇନ୍’ ଡ୍ରଗ୍ସ ଡୋପିଂ ଟେଷ୍ଟରେ ମିଳିଛି । ଏପରକି ଚଳିତ ବର୍ଷ ମାର୍ଚ୍ଚ ୧୬ରୁ ପୃଥ୍ୱୀଙ୍କ ନିଲମ୍ବିତ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା କିନ୍ତୁ ଅତିନ୍ୟୁନ ଟର୍ବ୍ୟୁଟାଲାଇନ୍ ହୋଇଥିବାରୁ ବିସିସିଆଇ ତାଙ୍କ ନିଲମ୍ବିତକୁ କୋହଳ କରିଛନ୍ତି । ଯାହାକୁ ଆଉ ସାଢ଼େ ତିନି ମାସ ପରେ ସେ ପଡ଼ିଆକୁ ପୁଣିଥରେ ଓହ୍ଲାଇବେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।