ମୋତେ କାହିଁକି ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉନି, ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବାଚସ୍ପତି । ଗୃହରେ ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ ।
କନକ ବ୍ୟୁରୋ : ବିଧାନସଭାରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ବିରୋଧରେ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ନରସିଂହ ମିଶ୍ର । ନରସିଂହଙ୍କ ଅଭିଯୋଗ ଅନୁଯାୟୀ, ବଲାଙ୍ଗୀରରେ ହେଉଥିବା ସରକାରୀ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରାଯାଉନାହିଁ । କାହିଁକି ନିମନ୍ତ୍ରଣ ଦିଆଯାଉନାହିଁ ତାହା ମଧ୍ୟ ଜଣାନାହିଁ । ତେଣୁ ବାଚସ୍ପତି ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ନରସିଂହ କହିଛନ୍ତି, କୌଣସି ସରକାରୀ କାର୍ଯ୍ୟକ୍ରମରେ ଡକାନଯିବା କେବଳ ମୋର ନୁହେଁ ବରଂ ସମସ୍ତ ବିଧାୟକଙ୍କର ଅପମାନ । ତେଣୁ ତୁରନ୍ତ ବାଚସ୍ପତି ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି କହିଛନ୍ତି । ଅନ୍ୟପଟେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ତଦନ୍ତ ପରେ ଏହା ପଛରେ କଣ କାରଣ ରହିଛି ତାହା ଜଣାଇବି । ଗତକାଲି ସର୍ବଦଳୀୟ ବୈଠକ ପରେ ଆଜି ବିଧାନସଭା ସ୍ୱାଭାବିକ ଭାବେ ଚାଲିଥିଲା । ପ୍ରଶ୍ନକାଳରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।