ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ରାଜସ୍ୱ ସଂଗ୍ରହ କରିବାକୁ ସ୍ୱତନ୍ତ୍ର ଯୋଜନା: ଏପ୍ରିଲ ଓ ମେ ମାସରେ ବିଲ୍ ପୈଠ ବେଳେ ମିଳିବ ୪ ପ୍ରତିଶତ ରିହାତି

ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ରାଜସ୍ୱ ସଂଗ୍ରହ କରିବାକୁ ସ୍ୱତନ୍ତ୍ର ଯୋଜନା: ଏପ୍ରିଲ ଓ ମେ ମାସରେ ବିଲ୍ ପୈଠ ବେଳେ ମିଳିବ ୪ ପ୍ରତିଶତ ରିହାତି

କନକ ବ୍ୟୁରୋ: ତାଲା ବନ୍ଦ ଯୋଗୁଁ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ରାଜସ୍ୱ ସଂଗ୍ରହ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଯୋଜନା । ଏପ୍ରିଲ ଓ ମେ ମାସରେ ବିଲ ପୈଠ ବେଳେ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୪ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଛି ଶକ୍ତି ବିଭାଗ । ଏନେଇ ସେସୁ, ନେସ୍କୋ, ସାଉଥକୋ, ଓ ୱେସକୋଙ୍କୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତାଲାବନ୍ଦକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଘୋଷଣା ହୋଇଥିବା ରିହାତିରେ ଦର୍ଶାଯାଇଛି ଯେ ଧାର୍ଯ୍ୟ ତାରିଖ ମଧ୍ୟରେ ବିଲ ପୈଠ କରୁଥିବା ଉପଭୋକ୍ତାମାନଙ୍କୁ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏହି ରିହାତି ପୂର୍ବରୁ ପ୍ରଚଳିତ ରିହାତି ଓ ପ୍ରୋତ୍ସାହନ ସହ ଅତିରିକ୍ତ ଭାବେ ଲାଗୁ ହେବ । ଏପ୍ରିଲମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe