କନକ ବ୍ୟୁରୋ: ତାଲା ବନ୍ଦ ଯୋଗୁଁ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ରାଜସ୍ୱ ସଂଗ୍ରହ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଯୋଜନା । ଏପ୍ରିଲ ଓ ମେ ମାସରେ ବିଲ ପୈଠ ବେଳେ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୪ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଛି ଶକ୍ତି ବିଭାଗ । ଏନେଇ ସେସୁ, ନେସ୍କୋ, ସାଉଥକୋ, ଓ ୱେସକୋଙ୍କୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
In view of #Lockdown2, @CesuOdisha announces 4% rebate for its consumers who will pay on due date. pic.twitter.com/JW3DhyANDX
— Biswa Bhusan (@biswa_bbm) April 16, 2020
ତାଲାବନ୍ଦକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଘୋଷଣା ହୋଇଥିବା ରିହାତିରେ ଦର୍ଶାଯାଇଛି ଯେ ଧାର୍ଯ୍ୟ ତାରିଖ ମଧ୍ୟରେ ବିଲ ପୈଠ କରୁଥିବା ଉପଭୋକ୍ତାମାନଙ୍କୁ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏହି ରିହାତି ପୂର୍ବରୁ ପ୍ରଚଳିତ ରିହାତି ଓ ପ୍ରୋତ୍ସାହନ ସହ ଅତିରିକ୍ତ ଭାବେ ଲାଗୁ ହେବ । ଏପ୍ରିଲମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/BILL.jpg)