ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛାପ । ଦୁଇ ଛାତ୍ରୀଙ୍କ ସହ ଘରୋଇ ସ୍କୁଲ ମାଲିକ ତଥା ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ । କେନ୍ଦ୍ରାପଡା ରାଜନଗର ଘଟଣା ।

565

କନକ ବ୍ୟୁରୋ: ଗୁରୁ ଶିଷ୍ୟ ସଂପର୍କରେ କଳଙ୍କର ଛାପ ଲାଗିଛି । ବିଦ୍ୟାଳୟ ଶ୍ରେଣୀଗୃହରେ ଦୁଇ ଦୁଇଜଣ ଛାତ୍ରୀଙ୍କ ସହ ଏକ ଘରୋଇ ବିଦ୍ୟାଳୟର ମାଲିକ ତଥା ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଇ ନାବାଳିକା ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ଅଭିଭାବକ । ଏପରି ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଘଡିଆମାଳଠାରେ ମଧୁସୂଦନ ବିଦ୍ୟାମନ୍ଦିରରେ ଘଟିଛି ।

ଦୁଷ୍କର୍ମର ଶିକାର ହୋଇଥିବା ଦୁଇ ନାବାଳିକା ଛାତ୍ରୀଙ୍କ ବାପା ରାଜନଗର ଥାନାରେ କରିଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନେକଥର ତାଙ୍କ ପିଲାମାନଙ୍କ ସହିତ ଖରାପ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ୨ ଛାତ୍ରୀ ଘରେ ନଖାଇ କାନ୍ଦିଥିଲେ । ପରେ ପଚରାଉଚରା କରିବାରୁ ସେମାନେ ସତ କଥା କହିବା ପରେ ଥାନାରେ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ୨ ପୀଡିତା ଓ ସେମାନଙ୍କ ଅଭିଭାବକ ରାଜନଗର ଥାନାରେ ପହଞ୍ଚି ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।