କନକ ବ୍ୟୁରୋ : ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିବା ଅବିଭାବକଙ୍କ ପାଇଁ ଖୁସି ଖବର । ମିଳିଥିବା ସୂଚନା ଅନୁସାରେ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିପାରେ ସ୍କୁଲ ଫି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ହୋଇଥିବା ନେଇ ଏକ ବିଶ୍ୱସ୍ତସୂତ୍ରରୁ ଖବର ସାମ୍ନାକୁ ଆସିଛି । ସରକାର, ସ୍କୁଲ କର୍ତୃପକ୍ଷ ଏବଂ ଅବିଭାବକ ସଂଘ ବୈଠକରେ ସହମତି ପରେ ଏଭଳି ନିଷ୍ପତି ହୋଇଥିବା ସୂଚନା ମିଳିଛି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତିନି ପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ନିଷ୍ପତି ହୋଇଛି । କୋଭିଡ୍ ସମୟରେ ସ୍କୁଲ ଫି କମ୍ କରିବା ନେଇ ବାରମ୍ବାର ଦାବି କରି ଆସୁଥିଲେ ଅବିଭାବକ ସଂଘ । ଏପଟେ ସରକାରୀ ପ୍ୟାକେଜ୍ ଘୋଷଣା କରିବା ପାଇଁ ଦାବି କରିଥିଲା ଘରୋଇ ସ୍କୁଲ ସଂଘ । ତେବେ ଅବିଭାବକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/5-1.jpg)