ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା : ହାଇକୋର୍ଟରେ ଘରୋଇ ସ୍କୁଲ ପକ୍ଷରୁ ଜବାବ ଦାଖଲ; ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣୀ

Advertisment
ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା : ହାଇକୋର୍ଟରେ ଘରୋଇ ସ୍କୁଲ ପକ୍ଷରୁ ଜବାବ ଦାଖଲ; ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣୀ

କନକ ବ୍ୟୁରୋ : ତୁଟୁନି ଘରୋଇ ସ୍କୁଲ ଫି ବିବାଦ । ଘରୋଇ ସ୍କୁଲ ପକ୍ଷରୁ ଆଜି ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ନେଇ ତାଙ୍କ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି । ଡିଏଭି ଓ ଅନ୍ୟ କିଛି ସ୍କୁଲ ପକ୍ଷରୁ ଜବାବ ଦାଖଲ କରାଯାଇଛି । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ହାଇକୋର୍ଟରେ ଦାଖଲ ହୋଇଥିଲା । । ସରକାର ସ୍କୁଲ ଫି ନିର୍ଦ୍ଧାରଣ ନେଇ ଆଇନ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଆସନ୍ତା ୧୫ରେ ମାମଲାର ପରବର୍ତୀ ଶୁଣାଣୀ କରାଯିବ ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ରେ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କରୋନା ଭୂତାଣୁ ସଂକ୍ରମଣକୁ ନେଇ ହୋଇଥିବା ସ୍ଥିତିରେ ସ୍କୁଲ ଫି ଛାଡ଼ ବା ହ୍ରାସ ପ୍ରସଂଗରେ କିଛି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗଦେଇ କେତେକ ପ୍ରସ୍ତାବ ଗ୍ରହଣ କରିବା ସହିତ ଏ ସଂପର୍କିତ ଏମଓୟୁରେ ୧୪ ଜଣ ସ୍ବାକ୍ଷର କରିଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ଼ କରାଯିବା ପାଇଁ ସୁପାରିସ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe