ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା । ସେବା ଯୋଗାଇ ଦେବାକୁ ମନା କଲେ ବେସରକାରୀ ଡାକ୍ତରଖାନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା । ସେବା ଯୋଗାଇ ଦେବାକୁ ମନା କଲେ ବେସରକାରୀ ଡାକ୍ତରଖାନା

କନକ ବ୍ୟୁରୋ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ଯୋଗାଇଦେବାକୁ ମନାକଲେ ବେସରକାରୀ ଡାକ୍ତରଖାନା । ଆଜି ଏ ନେଇ ଘୋଷଣା କରିଛନ୍ତି ଅଲ ଓଡିଶା ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବିଶମେଂଟ ଫୋରମ । ଏ ନେଇ ଫୋରମ ପକ୍ଷରୁ ସରକାରଙ୍କୁ ଚିଠି ଲେଖାଯାଇଛି । ଫୋରମ ଅଭିଯୋଗ କରିଛି ସରକାର ଠିକ ସମୟରେ ବୀମା ଟଙ୍କା ଦେଉନାହାନ୍ତି । ଏହାଛଡା ସୁରକ୍ଷା ଓ ପଞ୍ଜୀକରଣ ନୀତି କୋହଳ କରିବାକୁ ଦାବି କରିଛି ଫୋରମ୍ ।

publive-image

ବାକିରେ ଚାଲିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ସେବା ଯୋଗାଇଥିବା ଘରୋଇ ହସ୍ପିଟାଲମାନଙ୍କର ସରକାରଙ୍କ ଉପରେ ବାକିରେ ପଡିଛି କୋଟି କୋଟି ଟଙ୍କା । ଏହି ପ୍ରାପ୍ୟ ପାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ଆଣିଛି ବେସରକାରୀ ଡାକ୍ତରଖାନା ସଂଘ । ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା ବାବଦରେ ପ୍ରାପ୍ୟ ଅର୍ଥ ତୁରନ୍ତ ପ୍ରଦାନ ନକଲେ ଏଥିରୁ ଓହରିଯିବେ ବେସରକାରୀ ହସପିଟାଲ ବୋଲି ପୂର୍ବରୁ ସଂଘ ପକ୍ଷରୁ ଧମକ ମଧ୍ୟ ଦେଇଥିଲା ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ।

publive-image

ସାଧାରଣ ଲୋକଙ୍କୁ ଉତ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତବର୍ଷ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିଥିଲେ ରାଜ୍ୟ ସରକାର । ଆଉ ଏହି ଯୋଜନାରେ ଚିକିତ୍ସା ବାବଦକୁ ପ୍ରତି ପରିବାରକୁ ୫ ଲକ୍ଷ ଓ ମହିଳା ମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe