ଭାରତ କରୁଛି କରୋନା ମୁକାବିଲା । କୋଭିଡ୍-୧୯ର ପରୀକ୍ଷା ପାଇଁ ୪୪ଟି ଘରୋଇ ଲାବ୍ରୋଟୋରିକୁ ଅନୁମୋଦନ ଦେଲା ଆଇସିଏମଆର ।

Advertisment
ଭାରତ କରୁଛି କରୋନା ମୁକାବିଲା । କୋଭିଡ୍-୧୯ର ପରୀକ୍ଷା ପାଇଁ ୪୪ଟି ଘରୋଇ ଲାବ୍ରୋଟୋରିକୁ ଅନୁମୋଦନ ଦେଲା ଆଇସିଏମଆର ।

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାକୁ ହରାଇବା ପାଇଁ ଭାରତ କରୁଛି ଲଢ଼େଇ । ଏନେଇଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ମାରାତ୍ମକ କରୋନା ଭାଇରସର ପରୀକ୍ଷା କରିବା ପାଇଁ ୧୨୧ଟି ସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦିଆଯାଇଥିଲା ।

ସୂଚନା ମୁତାବକ, ଭାରତରେ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ପାଇଁ ୩୫ଟି ଘରୋଇ ଲ୍ୟାବ ରହିଛି ବୋଲି ଆଇସିଏମ୍ଆର୍ ନିଜ ୱେବସାଇଟରେ ଘୋଷଣା କରିଥିଲା। ଏହି ୩୫ଟି ଘରୋଇ ଲ୍ୟାବଗୁଡିକ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଚଣ୍ଡିଗଡ଼, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କଶ୍ମୀର ଏବଂ ଝାଡଖଣ୍ଡରେ ରହିଥିବା ବେଳେ ଏବେ ପୁଣି ୪୪ଟି ଘରୋଇ ଲ୍ୟାବକୁ କରୋନାଭାଇରସର ପରୀକ୍ଷା କରିବା ପାଇଁ ଆଇସିଏମ୍ଆର୍ ଅନୁମୋଦନ କରିଥିବା ଜଣାପଡିଛି ।

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଏବେ ଲାବୋରେଟୋରି ସଂଖ୍ୟାକୁ ବୃଦ୍ଧି କରାଯାଉଛି । ଯାହାଦ୍ୱାରା କମ ସମୟ ମଧ୍ୟରେ କରୋନା ରୋଗୀଙ୍କୁ ଚିହ୍ନଟ କରିହେବ । ଆଇସିଏମଆର ମାନଦଣ୍ଡ ଅନୁଯାୟୀ, ଜ୍ୱର, ଗଳା ଦରଜ/ ଯନ୍ତ୍ରଣା, ନାକରୁ ସିଙ୍ଗାଣି ବୋହିବା ଇତ୍ୟାଦି ଲକ୍ଷଣ ଦେଖାଗଲେ ସେମାଙ୍କର ପରୀକ୍ଷା କରାଯିବ ସହ ଯେଉଁମାନେ ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇରାନ, ଇଟାଲୀ ଇତ୍ୟାଦି ପ୍ରଭାବିତ ଦେଶରୁ ଫେରିଥିବେ, ସେମାଙ୍କର ପରୀକ୍ଷା ଲାବୋରେଟୋରୀରେ କରାଯିବ । ପରୀକ୍ଷଣ ସମୟରେ ଘରୋଇ ଲ୍ୟାବଗୁଡ଼ିକୁ ଆଇସିଏମଆରର ନିୟମ ଅନୁସରଣ କରିବାକୁ ପଡିବ ବୋଲି ପୂର୍ବରୁ ସୂଚାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe