ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା ବନ୍ଦ : କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ବିରୋଧ କରି ଆଜି ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ଯାଏ ବନ୍ଦ ରହିବ ମେଡିକାଲ

Advertisment
ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା ବନ୍ଦ : କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ବିରୋଧ କରି ଆଜି ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ଯାଏ ବନ୍ଦ ରହିବ ମେଡିକାଲ

କନକ ବ୍ୟୁରୋ: କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ବିରୋଧରେ ଆଜି ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ରହିଛି । ଘରୋଇ ହସ୍ପିଟାଲ ପ୍ରତିଷ୍ଠାନ ମହାସଂଘ ପକ୍ଷରୁ ଆଜି ୨୪ ଘଂଟିଆ ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ୍ ସେଂଟର ବନ୍ଦ ପାଳନ କରୁଛନ୍ତି । ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ପକ୍ଷରୁ ବନ୍ଦ ପାଳନ ନିଷ୍ପତି ନିଆଯାଇଛି । କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ବିରୋଧ କରି ଏହି ବନ୍ଦ ପାଳିତ ହେଉଛି । ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଆଇନ ଅନୁଯାୟୀ ପଂଜିକରଣ କିମ୍ବା ନବୀକରଣ ହୋଇପାରୁନାହିଁ । ୨୦୧୪ରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ବି ସମାଧାନ ବାହାରି ପାରୁନଥିବାରୁ ବନ୍ଦ ପାଳନ ନିଷ୍ପତି ହୋଇଥିବା ଫୋରମ୍ ପକ୍ଷରୁ କୁହାଯାଇଛି । ଆନ୍ଦୋଳନ ଯୋଗୁ ଘରୋଇ ଡାକ୍ତରଖାନା ଗୁଡିକରେ ଆଉଟଡୋର୍ ବନ୍ଦ ରହିବା ସହ ନୂଆ ରୋଗୀ ଆଡମିଶନ୍ କରାଯାଉନି । ତେବେ ପୂର୍ବରୁ ଆଡମିଶନ୍ ହୋଇଥିବା ପୂରୁଣା ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏହି ବନ୍ଦ ପାଳନ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସବୁ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି ।

publive-image

ସୂଚନାଅନୁଯାୟୀ, ୧୦ଟି ଦାବି ନେଇ ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଫୋରମ୍ ଆନ୍ଦୋଳନ ଡାକରା ଦେଇଛି । ଫୋରମ୍ର ସମ୍ପାଦକ ଡ.ଇନ୍ଦ୍ରମଣି ଜେନା, ଡାକ୍ତର ଜଗନ୍ନାଥ ମହାପାତ୍ର, ଡାକ୍ତର ସୁବ୍ରତ କୁମାର ଜେନାଙ୍କ ସୂଚନା ଅନୁସାରେ, କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆକ୍ଟ, ଅଗ୍ନି ନିରାପତ୍ତା ଆଇନ୍ (ମେଡିକାଲ୍ ପାଇଁ ଉଦ୍ଦିଷ୍ଟ), ପ୍ରିଭେନ୍ସନ୍ ଟୁ ଭାୟୋଲେସନ୍ ଆଣ୍ଡ୍ ଡ୍ୟାମେଜ୍ ଟୁ ପ୍ରପର୍ଟି, ପଞ୍ଜୀକରଣ ଭଳି ସମସ୍ୟା ସମ୍ପର୍କରେ ଆଗରୁ ବିଭାଗର ମନ୍ତ୍ରୀ, ସଚିବ ଓ ନିର୍ଦେଶକଙ୍କୁ ପ୍ରାୟ ୫୧ ଥର ଭେଟି ଜଣାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ, ସେମାନେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଫୋରମ୍ ପକ୍ଷରୁ ଦିଆଯାଇଥିବା ଏହି ୨୪ ଘଣ୍ଟିଆ ବନ୍ଦ ଡାକରାରେ ସାରା ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବ। ଏହାଦ୍ୱାରା ମେଡିକାଲ୍ ଇମରଜେନ୍ସି, ପ୍ରସବ, ଅସ୍ତ୍ରୋପଚାର, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓ ସାପକାମୁଡ଼ା ରୋଗୀମାନେ ଘରୋଇ ମେଡିକାଲ୍ରୁ ଆପାତକାଳୀନ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେବେ।

publive-image

ଆଜି ସକାଳ ୬ଟାରୁ ୨୬ ତାରିଖ(ଶନିବାର) ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ରାଜଧାନୀରେ ପ୍ରାୟ ୩୦୦ ଡାକ୍ତର, ଡାକ୍ତରଖାନା ମାଲିକ, ନର୍ସ ଓ କର୍ମଚାରୀ ସକାଳ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ମାଷ୍ଟରକ୍ୟାଣ୍ଟିନରୁ ଶୋଭାଯାତ୍ରା ଆରମ୍ଭ କରି ଲୋୟର ପିଏମଜି ପର୍ଯ୍ୟନ୍ତ ଯିବେ। ଏହି ଅବସରରେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ରାଜଧାନୀ ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ଘରୋଇ ଚିକିତ୍ସା ସେବା ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବା ସହ ଶୋଭାଯାତ୍ରା ଜରିଆରେ ସବୁ ଜିଲ୍ଲା ହେଡକ୍ୱାର୍ଟରରେ ସିଡିଏମଓ ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ଡାକ୍ତର ଅଜୟ ମିଶ୍ର ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe