ବେସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସା କରିବାକୁ ଯାଇ ହେଉଛନ୍ତି ଠକାମୀର ଶିକାର,ତେବେ ମନେରଖନ୍ତୁ ଏହି ୩ ଟି ଅଧିକାର ! କେହି ହଇରାଣ କରିପାରିବେ ନାହିଁ ।

357

କଥାରେ ଅଛି ଲୋକଙ୍କୁ ୩ ଟି କ୍ଷେତ୍ରକୁ ଯିବାକୁ କେବେ ମଧ୍ୟ ଭଲ ଲାଗେ ନାହିଁ ପ୍ରଥମ. କୋର୍ଟ ଦ୍ୱିତୀୟ . ପୋଲିସ୍ ଥାନା ଏବଂ ତୃତୀୟ . ଡାକ୍ତରଖାନା । ପ୍ରଥମ ଦୁଇଟି ଜୀବନକାଳରେ କିଛି ଲୋକଙ୍କ କମ୍ ଆସିଥିଲେ ମଧ୍ୟ ଡାକ୍ତରଖାନାକୁ ଯିବାକୁ ନ ଚାହୁଁଥିଲେ ମଧ୍ୟ ପରିସ୍ଥିତିର କୁଠାରଘାତରେ ଭଲ ଲୋକଟିଏ ମଧ୍ୟ ଡାକ୍ତରଖାନାର ଦୁଆର ମାଡେ । ଅଧିକାଂଶ ଲୋକ ସରକାରୀ ଡାକ୍ତରଖାନା ଅପେକ୍ଷା ବେସରକାରୀ ଡାକ୍ତରଖାନାକୁ ଅଧିକ ପସନ୍ଦ କରନ୍ତି ଯାହା ଫଳରେ ଏଠାକାର ଡାକ୍ତର ମଧ୍ୟ ଅଧିକ ଚିକିତ୍ସା ଏବଂ ଔଷଧ ନାମରେ ତାଙ୍କୁ ଠଳିବା ଆରମ୍ଭ କରନ୍ତି । କିନ୍ତୁ ଯଦି ଆପଣ ନିଜ ଅଧିକାର ସମ୍ଭନ୍ଧରେ ଅବଗତ ହେବେ ତେବେ ଡାକ୍ତରଖାନା ପ୍ରଶାସନଠାରୁ ଲୁଟ୍ ର ଶିକାର ହେବେ ନାହିଁ ।

ଖର୍ଚ୍ଚ ଜାଣିବାର ରହିଛି ସମ୍ପୁର୍ଣ୍ଣ ଅଧିକାର : ଯେତେବେଳେ ଆମେ କୌଣସି ଡାକ୍ତରଖାନାକୁ ରୋଗୀ ନେଇ ଯାଇଥାନ୍ତି ସେଠାରେ ଆପଣଙ୍କୁ ସମ୍ପୁର୍ଣ୍ଣ ଖର୍ଚ୍ଚର ବିବରଣୀ ଜାଣିବାର ଅଧିକାର ରହିଛି । ଏଥିପାଇଁ ସେଠାକାର ଚିକିତ୍ସାଧୀନ ଡାକ୍ତର ଆପଣଙ୍କୁ କେଉଁ ରୋଗ ହୋଇଛି ଏବଂ ଚିକିତ୍ସା ପାଇଁ କେତେ ଟଙ୍କା ଲାଗିବ ତାହା କହିବେ । ଏହା ରୋଗୀର ମୌଳିକ ଅଧିକାର ରହିଛି । ଯେକୌଣସି ଲୋକ ଏଥିପାଇଁ ଡାକ୍ତରଙ୍କୁ ପଚାରିପାରିବେ ।

ଆପାତକାଳ ମେଡିକାଲ୍ ସାହାଯ୍ୟର ଅଧିକାର : ସାଧାରଣ ଲୋକଙ୍କ ଏକ ଅଧିକାର ରହିଛି ଯଦି ଆପଣ ଏମରଜେନ୍ସି ସମୟରେ ଡାକ୍ତରଖାନା ପହଞ୍ଚୁଛନ୍ତି ତେବେ ଆପଣଙ୍କୁ ପ୍ରାଥମିକ ଚିକିତ୍ସା ଦେବାପାଇଁ ଡାକ୍ତର ବାଧ୍ୟ । କୌଣସି ଚିକିତ୍ସକ ଏଥିପାଇଁ ଆପଣଙ୍କୁ ମନା କରିପାରିବେ ନାହିଁ ।

ମେଡିକାଲ୍ ରିପୋର୍ଟ ଏବଂ ରେକର୍ଡ ଉପରେ ଅଧିକାର : ଭାରତର ସମ୍ବିଧାନ ଆପଣଙ୍କୁ ଏହି ଅଧିକାର ଦେଇଛି ଯେ ଆପଣ ହୋଇଥିବା ରୋଗ ବିଷୟରେ ଯେକୌଣସି ହସ୍ପିଟାଲରୁ ରୋଗରୁ ଜଡିତ ଥିବା ରେକର୍ଡ ନେଇପାରିବେ । ଏହାସହ ଆପଣଙ୍କ ରୋଗ ସହ ଜଡିତ ଥିବା ଦସ୍ତାବିଜ୍ ମାଗିବାର ମଧ୍ୟ ଅଧିକାର ରହିଛି । ଯଦି କୌଣସି ଡାକ୍ତରଖାନା ପ୍ରଶାସନ ଆପଣଙ୍କୁ ଏଥିପାଇଁ ମନା କରନ୍ତି ତେବେ ଆପଣ ଉକ୍ତ ଡାକ୍ତରଖାନା ନାମରେ ଅଭିଯୋଗ କରିପାରିବେ ।