ଦାନ୍ତରେ ଯନ୍ତ୍ରଣା ହେବାରୁ ଡେଣ୍ଟିଷ୍ଟଙ୍କ ପାଖକୁ ଗଲେ ମହିଳା । ହେଲେ ଫିସ୍ ଅଧିକ ଥିବାରୁ କଲେ ଏପରି କାମ

324

କନକ ବ୍ୟୁରୋ: ଦାନ୍ତରେ ସମସ୍ୟା ହେଲେ ଡେଣ୍ଟିଷ୍ଟଙ୍କ ପାଖକୁ ଯିବା ସମସ୍ତେ ଜାଣନ୍ତି । କିନ୍ତୁ ଜଣେ ୪୨ ବର୍ଷିୟା ମହିଳାଙ୍କର ଦାନ୍ତରେ ଯନ୍ତ୍ରଣା ହେବାରୁ ସେ ଏପରି କିଛି କାମ କଲେ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ମହିଳା ଜଣକ ଡେଣ୍ଟିଷ୍ଟଙ୍କ ପାଖକୁ ଯିବା ବଦଳରେ ନିଜେ ନିଜେ ୧୧ ଟି ଦାନ୍ତ ଓପାଡି ପକାଇଲେ । ଏପରି ଘଟଣା ଘଟିଛି ଲଣ୍ଡନର ଜଣେ ମହିଳାଙ୍କ ସହ ।

 

କଥା ହେଉଛି , ଲଣ୍ଡନରେ ରହୁଥିବା ଡାନିଏଲ ୱାଟ୍ସ ନାମକ ମହିଳା ଦୀର୍ଘ ଦିନରୁ ଦାନ୍ତ ଜନିତ ସମସ୍ୟା ଭୋଗୁଥିଲେ । ଏଥିପାଇଁ ସେ ପାଖ ସରକାରୀ ହସ୍ପିଟାଲକୁ ଯାଇଥିଲେ ବି ତାହା କିଛି ମାସ ହେବ ବନ୍ଦ ରହିଥିବା ଜାଣିବାକୁ ପାଇଥିଲେ । ଏହାପରେ ତାଙ୍କୁ ଘରୋଇ ଡାକ୍ତରଙ୍କ ପାଖକୁ ଯିବାକୁ କହିଥିଲେ ପଡୋଶୀ । ହେଲେ ଘରୋଇ ଡାକ୍ତରଙ୍କ ଫିସ୍ ଏତେ ଅଧିକ ଥିଲା ଯେ ତାହା ଦେବାକୁ ଡାନିଏଲ ସକ୍ଷମ ନଥିଲେ । ତେଣୁ ଯନ୍ତ୍ରଣା ସହିନପାରି ନିଜ ହାତରେ ନିଜେ ନିଜର ଗୋଟି ଗୋଟି କରି ୧୧ଟି ଦାନ୍ତ ଓପାଡି ପକାଇଲେ । ଡାନିଏଲ କୁହନ୍ତି ଦାନ୍ତ ଯନ୍ତ୍ରଣା ଯୋଗୁଁ ସେ ଯେମିତି ହସିବା ଭୁଲି ଗଲେଣି । ଧିରେ ଧିରେ ସେ ନିଜର ଆତ୍ମ ବିଶ୍ୱାସ ହରାଇ ବସିଲେଣି । କେବଳ ଔଷଧ ଲାଗି ଜୀବନ ଯାହା ରହିଛି ବୋଲି କହିଛନ୍ତି ଡାନିଏଲ ।