ରାଜ୍ୟରେ ଚାଲିବ କି ଘରୋଇ ବସ: ଆଜି ବସିବ ରାଜ୍ୟ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ; ଜୁନ୍ ପହିଲାରୁ ସ୍ୱାଭାବିକ ହୋଇପାରେ ବସ୍ ସେବା

ନିଆଯିବ ଚୂଡାନ୍ତ ନିଷ୍ପତି

267

କନକ ବ୍ୟୁରୋ: ରାଜ୍ୟରେ ଘରୋଇ ବସ ଚଳାଚଳ ନେଇ ଆଜି ଚୂଡାନ୍ତ ନିଷ୍ପତି ନିଆଯିବ । ଆଜି ରାଜ୍ୟ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିବ । ଏଥିରେ ବସ ଚଳାଚଳ ନେଇ ନିଷ୍ପତି ନିଆଯିବ ବୋଲି ସଂଘ କହିଛି । ତେବେ ସବୁ ନିଷ୍ପତି ଅଟକି ରହିିଛି ରାଜ୍ୟ ସରକାରଙ୍କ ଉପରେ । ୩ମାସର ରୋଡ୍ ଟାକ୍ସ ଓ ୬ମାସର ବ୍ୟାଙ୍କ ଲୋନ୍ ଛାଡ ପାଇଁ ଘରୋଇ ବସ ମାଲିକ ସଂଘ ଦାବି କରିଛି ।

ଏଥିସହ ବସ୍ କର୍ମଚାରୀଙ୍କ ଇନସୁରାନ୍ସ କରିବାକୁ ମଧ୍ୟ ଦାବି କରାଯାଇଛି । ଏସବୁ ଉପରେ ସରକାର ନିଷ୍ପତି ନେଲେ ଯାଇ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ସଂଘ ସୂଚନା ଦେଇଛି । ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ୩ ମାସର ରୋଡ୍ ଟାକ୍ସ ଛାଡ ପାଇଁ ସରକାର ରାଜି ଅଛନ୍ତି । ଆଶା କରୁଛୁ ଖୁବ ଶୀଘ୍ର ବସ ଚାଲିବ ।