କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସତର୍କ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଆଉ ଜନତା କର୍ଫ୍ୟୁ ପାଇଁ କାଲି ଓଡ଼ିଶାରେ ଗଡିବନି ୧୪ ହଜାର ଘରୋଇ ବସ୍ ।
ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତାକାଲି ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି, ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର । ଜନତା କର୍ଫ୍ୟୁ ପାଇଁ କାଲି ରାଜ୍ୟରେ ଗଡିବନି ୧୪ ହଜାର ଘରୋଇ ବସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/BUS-7.jpg)