ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ଘରୋଇ ବସ । ପୂର୍ବ ନିର୍ଦ୍ଧାରିତ ଭଡା ଅନୁଯାୟୀ ଯାତ୍ରୀ ମାନେ ଦେବେ ଭଡା । ସିଟ ସଂଖ୍ୟା ଅନୁଯାୟୀ ବସରେ ଯିବେ ଯାତ୍ରୀ, ସୂଚନା ଦେଲେ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ।

1,769

କନକ ବ୍ୟୁରୋ: ବିମାନ ଉଡିଲା, ଟ୍ରେନ ଗଡିଲା, ହେଲେ କେବେ ଚାଲିବ ବସ, ତାକୁ ନେଇ ଚୂଡାନ୍ତ ନିଷ୍ପତି ହୋଇପାରୁ ନାହିଁ । ଆଜି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି, ସରକାର ଚାହୁଁଛନ୍ତି, ଖୁବ ଶୀଘ୍ର ବସ ଚାଲିବା ଆରମ୍ଭ ହେଉ । ସେ କହିଛନ୍ତି ଘରୋଇ ବସ ମାଲିକ ସଂଘର ଦାବି ଉପରେ ଗତକାଲି ଆଲୋଚନା କରାଯାଇଛି । ରାଜ୍ୟ ସରକାର ଘରୋଇ ବସ ମାଲିକ ସଂଘର ଦାବି ନେଇ ରାଜ୍ୟ ସରକାର ରାଜି ଅଛନ୍ତି । ତେଣୁ ଖୁବ ଶୀଘ୍ର ବସ ଚଳାଚଳ ଆରମ୍ଭ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

ସେପଟେ କାଲିଠୁ ରାଜ୍ୟରେ ଗଡିବ ଘରୋଇ ବସ । ବସ ଚଳାଚଳ ନେଇ ବସ ମାଲି୍କ ସଂଘର ନିଷ୍ପତି । ଆଜି ବସିଥିବା ବୈଠକରେ ବସ ମାଲିକ ସଂଘ ପକ୍ଷରୁ କାଲିଠୁ ବସ ଚଳାଳଚଳ ନେଇ ନିଷ୍ପତି ନିଆଯାଇଛି । ସିଟ ସଂଖ୍ୟା ଅନୁସାରେ ଯାତ୍ରୀ ବସରେ ଯିବେ । ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ପୂର୍ବ ନିର୍ଦ୍ଧାରିତ ଭଡା ଅନୁଯାୟୀ ଯାତ୍ରୀ ଭଡା ଦେବେ ବୋଲି ବସ ମାଲିକ ସଂଘର ସାଧାରାଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଆଜି ଚଣ୍ଡିଖୋଲରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ବୈଠକ ବସିଥିଲା । ଏହି ବୈଠକରେ ୁ ବସ ଚଳାଚଳ କରିବା ନେଇ ନିଷ୍ପତି ସଂଘ ପକ୍ଷରୁ ନିଆଯାଇଛି ।