ବସ୍ ଧର୍ମଘଟ୍ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ସରକାର ମାନିନେଲେ ସଂଘର ଦାବି ।

471

କନକ ବ୍ୟୁରୋ: ବସ୍ ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ଆଜି ସଚିବାଳୟରେ ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ବସ୍ ଧର୍ମଘଟକୁ ସଂଘ ପ୍ରତ୍ୟାହାର କରିଛି । ଏନେଇ ଖୋଦ୍ ଘରୋଇ ବସ୍ ମାଲିକ ସଂଘ ଗଣମାଧ୍ୟମକୁ ସୂଚନା ଦେଇଛି । ତେବେ ଘରୋଇ ବସ୍ ମାଲିକ ସଂଘ ଲକ୍ଷ୍ମୀ ବସର ଚଳାଚଳକୁ ନେଇ ଧର୍ମଘଟର ଡାକରା ଦେଇଥିଲା । ହେଲେ ଏବେ ଲକ୍ଷ୍ମୀ ବସକୁ ନେଇ ସଂଘ କରିଥିବା କିଛି ଦାବିକୁ ସରକାର ମାନି ନେଇଥିବା ଜଣାପଡିଛି । ଏହାବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟି କି ମୋ ବସର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବ ।