କନକ ବ୍ୟୁରୋ: ବସ୍ ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ଆଜି ସଚିବାଳୟରେ ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ବସ୍ ଧର୍ମଘଟକୁ ସଂଘ ପ୍ରତ୍ୟାହାର କରିଛି । ଏନେଇ ଖୋଦ୍ ଘରୋଇ ବସ୍ ମାଲିକ ସଂଘ ଗଣମାଧ୍ୟମକୁ ସୂଚନା ଦେଇଛି । ତେବେ ଘରୋଇ ବସ୍ ମାଲିକ ସଂଘ ଲକ୍ଷ୍ମୀ ବସର ଚଳାଚଳକୁ ନେଇ ଧର୍ମଘଟର ଡାକରା ଦେଇଥିଲା । ହେଲେ ଏବେ ଲକ୍ଷ୍ମୀ ବସକୁ ନେଇ ସଂଘ କରିଥିବା କିଛି ଦାବିକୁ ସରକାର ମାନି ନେଇଥିବା ଜଣାପଡିଛି । ଏହାବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟି କି ମୋ ବସର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବ ।
ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ
ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟ ପ୍ରତ୍ୟାହାର
ଧର୍ମଘଟ ପ୍ରତ୍ୟାହାର ନେଇ ଘରୋଇ ବସ୍ ମାଲିକ ସଂଘର ସୂଚନା#Odisha#KanakNewspic.twitter.com/tGsN5C62Un— Kanak News (@kanak_news) November 29, 2023
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/Capture-43.jpg)