ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ସାମିଲ ହେବେ ୧୦୦ ଜଣ ବସ୍ ମାଲିକ ।

98

କନକ ବ୍ୟୁରୋ: ୨୨ ତାରିଖରେ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ଆଜି ସଂଘର ବୈଠକ ବସିଥିଲା । ଏହାପରେ ଏପରି ଏକ ନିଷ୍ପତି ହୋଇଥିବା ଜଣାପଡିଛି । ମୋଟ୍ ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ବିବାଦ ଚାଲିଛି । ବ୍ଲକରୁ ଜିଲ୍ଲାକୁ ବସ୍ ନଗଡୁ ବୋଲି ଘରୋଇ ବସ ମାଲିକ ଦାବି କରିଛନ୍ତି । ଏପରି ହେଲେ ଘରୋଇ ବସ ମାଲିକ ସଂଘ ଘାଟାରେ ପଡିବ ବୋଲି ଦାବି କରିଛନ୍ତି ।