ଧର୍ମଘଟ ନିଷ୍ପତିରେ ଘରୋଇ ବସ ମାଲିକ ସଂଘ ଅଟଳ: ପରିବହନ କମିସନରଙ୍କ ସହ ବୈଠକ ବିଫଳ

383

କନକ ବ୍ୟୁରୋ: ଅଲ ଓଡ଼ିଶା ବସ୍ ମାଲି ସଂଘ ଆନ୍ଦୋଳନ ପ୍ରସଙ୍ଗ । ପରିବହନ କମିସନରଙ୍କ ସହ ହୋଇଛି ଆଲୋଚନା । ହେଲେ ପୂର୍ବ ନିଷ୍ପତି ଅନୁଯାୟୀ ୨ ତାରିଖରେ ମାଲକାନଗିରି ଓ ୧୦ ତାରିଖରେ ଓଡ଼ିଶା ବନ୍ଦ ନିଷ୍ପତିରେ ଏବେବି ବଳବତର ରହିଛି ବୋଲି କହିଛି ସଂଘ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଓଡିଶା ବସ ମାଲିସ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ନେଇଛି । ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ ବହୁ ଲୋକଙ୍କ ଗମନାଗମନ ସୁଗମ ହେବ ବୋଲି କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଆସନ୍ତା ୨ ତାରିଖରେ ମାଲକାନଗିରିରେ ୨୪ ଘଂଟା ପାଇଁ ବନ୍ଦ ରହିବ ବେସରକାରୀ ବସ ଚଳାଚଳ । ଏହାଛଡା ବାହାର ଜିଲ୍ଲାରୁ କୌଣସି ବସ କୋରାପୁଟ, ମାଲକାନଗିରି, ଜୟପୁର ନବରଙ୍ଗପୁରକୁ ଯିବ ନାହିଁ । ଏହି ଦିନ ମାଲକାନଗିରିରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହେବାର ଅଛି । ସଂଘ କହିଛି, ଲକ୍ଷ୍ମୀ ଓ ମୋ ବସ ଯୋଜନାରେ ରାଜ୍ୟର ଘରୋଇ ବସ ପ୍ରଭାବିତ ହେବ । ଘରୋଇ ବସଗୁଡିକୁ ଲିଜରେ ନେଇ ଲକ୍ଷ୍ମୀ ବସ୍ ଅଧିନରେ ଚଳାଇବାକୁ ସଂଘ ଦାବି କରିଛି ।