ଆଜି ବି ବ୍ରହ୍ମପୁରରେ ଗଡୁନି ବସ୍ । ଲଗାତାର ତୃତୀୟ ଦିନ ଲାଗି ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ ମରାମତି ପାଇଁ ବସ ଚଳାଚଳ ବନ୍ଦ ଯୋଗୁଁ ଉପୁଜିଛି ବିବାଦ

306

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ କ୍ରମାଗତ ତୃତୀୟ ଦିନ ପାଇଁ ଠପ୍ ରହିଛି ବସ୍ ଚଳାଚଳ । ସିଟି ବସଷ୍ଟାଣ୍ଡ ବନ୍ଦକୁ ନେଇ ମୁହାଁମୁହିଁ ହୋଇଛି ଗଂଜାମ ଜିଲ୍ଲା ପ୍ରଶାସନ ଏବଂ ଘରୋଇ ବସ୍ ମାଲିକ ସଂଘ । ଏହାର ଫଳ ସ୍ୱରୂପ ସାରା ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି । ହଳଦିଆ ପଦର ବସ୍ ଟର୍ମିନାଲରୁ ଗାଡି ଯାଉନି କିଂବା ବାହାରୁ କୌଣସି ଗାଡି ମଧ୍ୟ ଆସୁନି ।

ରାସ୍ତାରୁ ବସ୍ ଗୁଡିକ ସମ୍ପୂର୍ଣ୍ଣ ଓହରାଇ ନେଇଛନ୍ତି ମାଲିକ । ସେପଟେ ଘୋଷଣା ମୁତାବକ ପ୍ରଶାସନ ପକ୍ଷରୁ ସିଟି ବସଷ୍ଟାଣ୍ଡ ନବୀକରଣ କାମ ଆରମ୍ଭ ହୋଇଛି । ସାମ୍ବାଦିକ ସମ୍ମିଳନୀ କରି ବସ୍ ମାଲିକ ସଂଘ ଅଚଳାବସ୍ଥା ପାଇଁ ପ୍ରଶାସନ ଉପରେ ଦୋଷାରୋପ କରିଥିବା ବେଳେ ପ୍ରଶାସନ ପକ୍ଷରୁ ପାଲଟା ବସ୍ ମାଲିକ ସଂଘକୁ ଦାୟୀ କରାଯାଇଛି । ଏହାରି ଭିତରେ ଯାତ୍ରୀ କିନ୍ତୁ ହଇରାଣ ହେଉଛନ୍ତି ।