ଛଅ ଟଙ୍କା ଘୋଡାକୁ ନଅ ଟଙ୍କା ଦାନା । ଟ୍ରାଫିକ ନିୟମ ଭାଙ୍ଗିବାରୁ ବସକୁ ଲାଗିଲା ବଡ଼ ଫାଇନ । ୧୩ ଲକ୍ଷ ୫୦୦ ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ

ଜୋରିମାନାର ପରିମାଣକୁ ନେଇ ଚର୍ଚ୍ଚା

3,099

କନକ ବ୍ୟୁରୋ: ଛଅ ଟଙ୍କା ଘୋଡାକୁ ନଅ ଟଙ୍କା ଦାନା । ଟ୍ରାଫିକ ନିୟମ ଉଂଲଘନ ଅଭିଯୋଗରେ ବାଲେଶ୍ୱରରେ ବସକୁ ବଡ଼ ଫାଇନ । ୧୩ ଲକ୍ଷ ୫୦୦ ଟଙ୍କାର ଫାଇନ କାଟିଛି ପରିବହନ ବିଭାଗ । ପୂର୍ବରୁ ଦୁଇ ଦୁଇ ଥର ଜୋରିମାନା ସାମନା କରିଥିବା ଏହି ବସକୁ ସିଜ ମଧ୍ୟ କରାଯାଇଛି । କଟକରୁ ୱାରେଂଟ ଜାରି ହେବା ପରେ ବସକୁ ସିଜ କରାଯାଇଛି । ବଡ଼ କଥା ହେଉଛି ଗୋଟିଏ ଷ୍ଟାର ବସର ଦାମ ୧୫ରୁ ୨୮ ଲକ୍ଷ ହୋଇଥିବା ବେଳେ ଏକ ସାଧାରଣ ବସ ଉପରେ ୧୩ ଲକ୍ଷ ୫୦୦ ଟଙ୍କାର ଫାଇନ ଘଟଣାର ଗୁରୁତ୍ୱକୁ ବଢାଇଦେଇଛି ।

ମାର୍ଚ୍ଚ ପହିଲାରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଯାଇଛି ନୂଆ ମୋଟର ଯାନ ଆଇନ । ନୂଆ ଟ୍ରାଫିକ୍ କଟକଣା ନେଇ ସରକାର ଦେଇଥିବା ୬ ମାସର କଂଟ ପୂରିଯିବା ପରେ ସାରା ରାଜ୍ୟରେ ଏହାକୁ ପୁଣି ଥରେ ମାର୍ଚ୍ଚ ୧ ତାରିଖରୁ ଜୋରଦାର କରିଦିଆଯାଇଛି । ଫଳରେ ଏବେ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଚାଳକଙ୍କୁ ଗୋଡାଇ ଗୋଡାଇ ଧରୁଛି ପୁଲିସ୍ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ମୋଟା ଅଙ୍କର ଜରିମାନା ଆଦାୟ କରୁଛି ଟ୍ରାଫିକ୍ ପୁଲିସ୍ ।