କନକ ବ୍ୟୁରୋ: କଂଗ୍ରେସର ଗଡ଼ କୁହାଯାଉଥିବା ବେଗୁନିଆ ନିର୍ବାଚନ ମଣ୍ଡଳିରେ ଗଡ଼ ସଜାଡୁଛନ୍ତି ପୃଥ୍ୱୀବଲ୍ଲବ ପଚ୍ଚନାୟକ । ବେଗୁନିଆରେ କଂଗ୍ରେସର ଗଡ଼କୁ ଫେରାଇ ଆଣିବା ପାଇଁ ଅହରହ ସଂଗ୍ରାମ ଚଳାଇଛନ୍ତି । କୁହାଯାଏ ବେଗୁନିଆର ବିକାଶ ପୃଥିବଲ୍ଲବଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭଙ୍କ ସମୟରେ ହୋଇଥିଲା । ସେହି ବିକାଶ ଧାରାକୁ ଆଧାର କରି ଯୁବ ପିଢ଼ିଙ୍କୁ ଏକାଠି କରୁଛନ୍ତି ପୃଥିବଲ୍ଲବ । ଲଗାତାର ଭାବରେ ରାଲି, ସଭା, ଖେଳ କାର୍ଯ୍ୟକ୍ରମ ସହ ଘର କୁ ଘର ବୁଲି ସୁଖ ଦୁଃଖ ବୁଝୁଛନ୍ତି ।

କଂଗ୍ରେସର ସଂକଳ୍ପ ଯୋଜନା ଆଉ ଗ୍ୟାରେଣ୍ଟି ସବୁକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ନିକଟରେ ବାଘମାରି ଗ୍ରାମପଞ୍ଚାୟତରେ ରାଲି କରିବା ସହ ସରଧାପୁର ଗ୍ରାମରେ ସଭା କରିଥିଲେ । ସେହିପରି ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଉପସ୍ଥିତ ରହି ଯୁବକ ତଥା କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଯୁବ ସମାଜ ଚାହିଁଲେ ପରିବର୍ତନ ର ସୂତ୍ରଧର ହୋଇପାରିବେ ବୋଲି ଉଦବୋଧନ ଦେଇଥିଲେ । ତେବେ ପୃଥ୍ୱୀବଲ୍ଲବଙ୍କ ଏପରି ମାରାଥନ ଗ୍ରସ୍ତ ଆଉ ପ୍ରଚାର ସୁପ୍ତ ହୋଇ ରହିଥିବା କଂଗ୍ରେସକୁ ଜାଗ୍ରତ କରିଛି । ଆଗାମୀ ଦିନରେ ପୁଣି ଏହି ଆସନ ପୃଥ୍ୱୀବଲ୍ଲବଙ୍କ ନେତୃତ୍ୱ ରେ କଂଗ୍ରେସ ଦଖଲକୁ ଯିବ ବୋଲି ଆଶା କରାଯାଉଛି ।