ସୁଶାନ୍ତ ସିଂ ରାଜନୈତିକ ଗଣିତଜ୍ଞ ନୁହଁନ୍ତି, କିଏ ଜିତିବ କିଏ ହାରିବ ତାହା ସମୟ କହିବ? ସୁଶାନ୍ତଙ୍କୁ ଟାର୍ଗେଟ କଲେ ପୃଥ୍ୱୀରାଜ ହରିଚନ୍ଦନ ।
କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ବିଜେଡି ୫ରୁ ୫ ଲୋକସଭା ଓ ୩୧ରୁ ଅଧିକ ବିଧାନସଭା ଆସନରେ ଜିତିବ ବୋଲି ସୁଶାନ୍ତ ସିଂ ଦମ୍ଭୋକ୍ତି ଦେଖାଇବା ପରେ ଟାର୍ଗେଟ କରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କିଏ ଜିତିବ କିଏ ହାରିବ ତାହା ସମୟ କହିବ । ସେ ବାବଦରେ ସୁଶାନ୍ତ ସିଂଙ୍କର ଜ୍ୟୋତିର୍ବିଦ ହେବାର ଆବଶ୍ୟକତା ନାହିଁ । କିଛି ଦିନ ତଳେ ସେ ମାନ ଅଭିମାନ କରିଥିଲେ ସେ । ମାନ ଅଭିମାନ ବୋଧେ ତୁଟିଗଲା । ଏବେ ତାକୁ ମେକଅପ କରିବା ଲାଗି କିଛି କଥା କହିଥିବେ । ତାଙ୍କ କଥାରେ କିଛି ବାସ୍ତବତା ନାହିଁ । ଏହା ଅବାନ୍ତର ମନ୍ତବ୍ୟ ।

Kanak News is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ ନିଜର ମାନ ଅଭିମାନ ତୁଟିଯାଏ, ସେତେବେଳେ ନିଜର ପ୍ରଭୁଙ୍କ ନିକଟରେ ଆନ୍ତରିକତା ଦେଖାଇବା ପାଇଁ ଟିକେ ଅଧିକ କଥା କୁହନ୍ତି । ସୁଶାନ୍ତ ସିଂ ସେହି ଧାରାରେ ଅବସ୍ତାବ ମନ୍ତବ୍ୟ ଦେଇଛନ୍ତି । କିଏ ଜିତିବ କିଏ ହାରିବ ତାହା ସମୟ କହିବ । ସୁଶାନ୍ତ ସିଂ ଜଣେ ରାଜନୈତିକ ଗଣିତଜ୍ଞ ନୁହଁନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ।