କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ବିଜେଡି ୫ରୁ ୫ ଲୋକସଭା ଓ ୩୧ରୁ ଅଧିକ ବିଧାନସଭା ଆସନରେ ଜିତିବ ବୋଲି ସୁଶାନ୍ତ ସିଂ ଦମ୍ଭୋକ୍ତି ଦେଖାଇବା ପରେ ଟାର୍ଗେଟ କରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କିଏ ଜିତିବ କିଏ ହାରିବ ତାହା ସମୟ କହିବ । ସେ ବାବଦରେ ସୁଶାନ୍ତ ସିଂଙ୍କର ଜ୍ୟୋତିର୍ବିଦ ହେବାର ଆବଶ୍ୟକତା ନାହିଁ । କିଛି ଦିନ ତଳେ ସେ ମାନ ଅଭିମାନ କରିଥିଲେ ସେ । ମାନ ଅଭିମାନ ବୋଧେ ତୁଟିଗଲା । ଏବେ ତାକୁ ମେକଅପ କରିବା ଲାଗି କିଛି କଥା କହିଥିବେ । ତାଙ୍କ କଥାରେ କିଛି ବାସ୍ତବତା ନାହିଁ । ଏହା ଅବାନ୍ତର ମନ୍ତବ୍ୟ ।
ଯେତେବେଳେ ନିଜର ମାନ ଅଭିମାନ ତୁଟିଯାଏ, ସେତେବେଳେ ନିଜର ପ୍ରଭୁଙ୍କ ନିକଟରେ ଆନ୍ତରିକତା ଦେଖାଇବା ପାଇଁ ଟିକେ ଅଧିକ କଥା କୁହନ୍ତି । ସୁଶାନ୍ତ ସିଂ ସେହି ଧାରାରେ ଅବସ୍ତାବ ମନ୍ତବ୍ୟ ଦେଇଛନ୍ତି । କିଏ ଜିତିବ କିଏ ହାରିବ ତାହା ସମୟ କହିବ । ସୁଶାନ୍ତ ସିଂ ଜଣେ ରାଜନୈତିକ ଗଣିତଜ୍ଞ ନୁହଁନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/31-11.jpg)