ଗରିବ କୃଷି ଋଣ ସୁଝି ପାରୁନି, ଘର ଋଣ କେମିତି ସୁଝିବ? ଯଦି ସୁଝି ନ ପାରିବ ତେବେ ବାପା ଅଜା ଅମଳର ଜାଗା ଖଣ୍ଡକ ବି ଯିବ, ମୋ ଘର ଯୋଜନାକୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ।

272

କନକ ବ୍ୟୁରୋ : ନୂଆ ଯୋଜନା ମୋ ଘରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗତକାଲି ରାଜ୍ୟ ସରକାର ଗୋଟେ ନୂଆ ଥିଓରି ସୃଷ୍ଟି କରିଛନ୍ତି ମୋ ଘର। ଏହା ଏକ ସମ୍ପୂର୍ଣ୍ଣ ପ୍ରହେଳିକା, ଯାହାଦ୍ୱାରା ଲୋକଙ୍କୁ ଠକି ହେବ । ୫ ବର୍ଷ ମଧ୍ୟରେ ମାତ୍ର ୪୮୦ ବିଜୁ ପକ୍କା ଘର ଦେଇଛନ୍ତି ଜ୍ଝ ଆଜି ମୋ ଘର ନାଁରେ ନୂଆ ଯୋଜନା କେବଳ ନୂଆ ବୋତଲରେ ପୁରୁଣା ମଦ । ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ଏବଂ ପ୍ରତାରିତ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର ।

କେନ୍ଦ୍ର ଘର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି। ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ପୋତିଛନ୍ତି ରାଜ୍ୟ ସରକାର । ମୋ ଘର ଯୋଜନାରେ ଋଣ ତ ରାଜ୍ୟ ସରକାର ଦେବେନି ରାଷ୍ଟ୍ରାୟତ ବ୍ୟାଙ୍କ ଦିଏ ନ ହେଲେ ଘରୋଇ ବ୍ୟାଙ୍କ ଦିଏ ।  ରାଜ୍ୟ ସରକାର ସବସିଡି ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ୨୫ ହଜାର ଯିଏ ମାସିକ ଆୟ କରୁଥିବ ତାହାର ବାର୍ଷିକ ଆୟ ହେଉଛି ୩ ଲକ୍ଷ ଟଙ୍କା ।  ନିୟମ ଅନୁଯାୟୀ ସେ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଲୋନ ପାଇ ପାରିବ, ସେ ତୁମ ଟଙ୍କା କାହିଁକି ନେବ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗରିବ ଲୋକ କୃଷି ଋଣ ସୁଝି ପାରୁନି ସେ ଘର ଲୋନ କେମିତି ସୁଝିବ ।  ଯଦି ସେ ସୁଝି ନ ପାରିବ ତାର ବାପା ଅଜା ଅମଳର ଜାଗା ଖଣ୍ଡକ ବି ଚାଲିଯିବ ।

ରାଜ୍ୟର ପଂଚୟତିରାଜ ମନ୍ତ୍ରୀ କହୁଛନ୍ତି କେନ୍ଦ୍ର ସରକାର କମ ଘର ଦେଇଥିବାରୁ ସେଥିପାଇଁ ଆମେ ମୋ ଘର ଯୋଜନା ଆରମ୍ଭ କରିଛୁ ବୋଲି କହୁଛନ୍ତି । ବାସ୍ତବତା କିଛି ଭିନ୍ନ ବୋଲି କହିଛନ୍ତି ପୃଥ୍ୱୀରାଜ ।
• କେନ୍ଦ୍ର ସରକାର ୨୬ ଲକ୍ଷ ୯୫ ହଜାର ଘର ଦେଇଛନ୍ତି ସେ ମଧ୍ୟରେ କିଛି ନିର୍ମାଣ ସରିଛି ଆଉ କିଛି ଚାଲିଛି । ସେହିପରି ୯ ଲକ୍ଷ ୫୦ ହଜାର ଆସିଥିଲେ ବି ତାକୁ ବାଣ୍ଟୁ ନାହାନ୍ତି ରାଜ୍ୟ ସରକାର…
• ୩୪ ହଜାର ୬୩ କୋଟି ଟଙ୍କା ଦେଇ ସାରିଛନ୍ତି କେନ୍ଦ୍ର ସରକାର
ରାଜ୍ୟ ସରକାର ଯେତିକି ଘର ମାଗିଥିଲେ ସେତିକି ଘର ଦିଆ ଯାଇ ସରିଛି । ରାଜ୍ୟ ସରକାରଙ୍କ ଆଯୋଗ୍ୟତା କାରଣରୁ ଗରିବ ଲୋକ ଝୁମ୍ପୁଡି ଘରେ ପଡିଛି ।  ପ୍ରଧାନମନ୍ତ୍ରୀ ଆବସ ଯୋଜନା ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉଛି, ଦଳୀୟ ଭିତ୍ତିରେ ଘର ଦିଆଯାଉଛି ।