ଆଇଟି ରେଡରେ ଡିଏନ୍ ଗ୍ରୁପରୁ ବେଆଇନ ଟଙ୍କା ଜବତ, ବିଜେପିର ପ୍ରଶ୍ନ ଏ ଟଙ୍କା କାହାର? ଶାସକ ଦଳକୁ ତୀର ମାରିଲେ ପୃଥ୍ୱୀରାଜ । 

ଆଇଟି ରେଡରେ ଡିଏନ୍ ଗ୍ରୁପରୁ ବେଆଇନ ଟଙ୍କା ଜବତ, ବିଜେପିର ପ୍ରଶ୍ନ ଏ ଟଙ୍କା କାହାର? ଶାସକ ଦଳକୁ ତୀର ମାରିଲେ ପୃଥ୍ୱୀରାଜ । 

କନକ ବ୍ୟୁରୋ : ଆଇଟି ରେଡ୍ ବେଳେ ଡିଏନ୍ ଗ୍ରୁପରୁ ବେଆଇନ ଟଙ୍କା ଜବତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ ଯେଉଁଠି ଆଇଟି ଓ ଇଡି ରେଡ୍ ହୋଇଛି, ସବୁ ଗୁଡିକରେ ଶାସକ ଦଳର ସଂପୃକ୍ତ ସିିଧାସଳଖ ଭାବେ ନହେଲେ ମଧ୍ୟ ପରୋକ୍ଷ ଭାବେ ରହିଛି । ଶାସକ ଦଳର ଗଚ୍ଛିତ ଟଙ୍କା ବୋଲି ଲୋକେ ଆଶଙ୍କା କରୁଥିବା କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

ଯେଉଁଠି ବି ରେଡ୍ ହୋଇଛି, ଆଶଙ୍କା ଠାରୁ ଅଧିକ ମାତ୍ରାରେ କଳା ଟଙ୍କା ବାହାରିଛି। ସବୁଠାରୁ ବଡ଼ କଥା ହେଲା ଏ ଟଙ୍କା କାହାର। କିଏ ମହଜୁଦ ରଖିଛି। ତା ଉପରେ ତର୍ଜମା ହେବାର ଆବଶ୍ୟକତା ରହିଛି। ଅତୀତରେ ମଧ୍ୟ ଯେଉଁଠି ଆଇଟି ଓ ଇଡି ରେଡ଼ କରିଛି ସବୁ ଗୁଡିକରେ ଶାସକ ଦଳର ସମ୍ପୁକ୍ତି ସିଧାସଳଖ ଭାବେ ନ ହେଲେ ମଧ୍ୟ ପରୋକ୍ଷ ଭାବରେ ରହିଛି। ଆଜି ବି ଯାହା ସାଧାରଣରେ ଚର୍ଚ୍ଚା ହେଉଛି ଶାସକ ଦଳର ବଡ଼ ମାତ୍ରାର କଳା ଟଙ୍କା ସେହି ଜାଗାରେ ବିନିଯୋଗ ହୋଇଥିଲା। ଓଡ଼ିଶା ପ୍ରଦେଶ ଲୋକଙ୍କୁ ଦୀର୍ଘ ଦିନ ଧରି ଆଖିରେ ଅନ୍ଧପୁଟୁଳି ବାନ୍ଧି ଚୋରି ଚାଲିଥିଲା। ସେ ଚୋରି ଧୀରେ ଧୀରେ ସାମ୍ନାକୁ ଆସୁଛି। ଏହାର ଅଧିକ ତଦନ୍ତ ପରେ ସତ ସାମ୍ନାକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe