କନକ ବ୍ୟୁରୋ : ଜେଲ ଭିତରେ ପଡ଼ିଲା ହାତଗଣ୍ଠି । କଏଦୀ ମାନେ ସାଜିଲେ ବରଯାତ୍ରୀ । ଭୋଜିଭାତ ସହ ବେଦମନ୍ତ୍ରରେ ହେଲା ବାହାଘର । ଭୁବନେଶ୍ୱର ଝାରପଡ଼ା ଜେଲ ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି । ଜଟଣୀ ଅଞ୍ଚଳର ଅକାଶ ନାୟକ ଜେଲରେ ଜଣେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିବା ବେଳେ ତାଙ୍କର ବାହାଘର ହୋଇଛି ।

Advertisment

୨୦୨୦ ମସିହାରେ ଆକାଶଙ୍କ ବିରୁଦ୍ଧରେ ଜଣେ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା ଅଭିଯୋଗ କରିଥିଲେ ଜଣେ ନାବାଳିକା । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଆକାଶଙ୍କୁ ଗିରଫ କରିଥିଲା ପୋଲିସ । ୨ ବର୍ଷ ଧରି ଆକାଶ ଜେଲରେ ସଜା କାଟୁଥିବା ବେଳେ ଗତକାଲି କୋର୍ଟଙ୍କ ଅନୁମତିରେ ଦୁଇଜଣଙ୍କର ବାହାଘର ହୋଇଛି ।