କନକ ବ୍ୟୁରୋ : ବିଚାରଧୀନ କଏଦୀ ଗୁରୁତର । ନିମାପଡା ସବଜେଲରେ ବିଚାରଧୀନ କଏଦୀ ନିଜେ ବ୍ଲେଡରେ ହାତଗୋଡ କାଟି ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ କଏଦୀଙ୍କୁ ପୁରୀ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଏହି ପାଗଳାମି କରିଛନ୍ତି ଡେଲାଙ୍ଗରେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ବିଚାରାଧୀନ କଏଦୀ ଭାବେ ନିମାପଡା ସବଜେଲରେ ଥିବା ବୁଦ୍ଦଦେବ ବେହେରା । ରାଜ୍ୟର ବିଭିନ୍ନ ଥାନାରେ ବୁଦ୍ଧଙ୍କ ନାଁରେ ଆଗରୁ ଅନେକ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ରହିଛି । ସେ ଦେବଗଡର ତିଲେଇବଣି ଅଂଚଳର ମୂଳବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/hospital_6317.jpg)