କନକ ବ୍ୟୁରୋ: ଜେଲରେ କଏଦୀଙ୍କ ଆତ୍ମହତ୍ୟା । ଯାଜପୁର ରୋଡ ରଗଡି ସବ ଜେଲରେ ଜଣେ ବିଚାରଧୀନ କଏଦୀ  ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଜେଲ ପରିସରରେ ଥିବା ଏକ ନିର୍ମାଣଧୀନ ଗୃହରେ ସେ ସୁଇସାଇଡ୍ କରିଛନ୍ତି । ବେକରେ ଗାମୁଛା ଲଗାଇ ଝୁଲିପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Advertisment