କନକ ବ୍ୟୁରୋ : ଜେଲରେ ବନ୍ଦୀ ଥିବା କଏଦୀମାନେ ଫେରାର ହୋଇଯିବା ଖବର ଆମେ ଅନେକ ଥର ଶୁଣିଛେ। ଅନେକ ଫିଲ୍ମରେ ମଧ୍ୟ ପୋଲିସକୁ ଚକମା ଦେଇ ଚୋର ଚଳନ୍ତା ଗାଡିରୁ ଫେରାର ହୋଇଯାଉଥିବାର ଦେଖିବାକୁ ମିଳେ । କିନ୍ତୁ ବାସ୍ତବରେ କେବେ ନିଜ ଆଖିରେ ପୁଲିସ କବଳରୁ କଏଦୀ ଫେରାର ହୋଇଯିବା ଦୃଶ୍ୟ ଦେଖିବାକୁ ମିଳି ନାହିଁ। ନିକଟରେ ଭାଇରାଲ ହୋଇଥିବା ଏକ ସିସିଟିଭ ଫୁଟେଜରେ ପୁଲିସର ଚଳନ୍ତା ଗାଡ଼ିରୁ କଏଦୀ ଫେରାର ହୋଇଯିବାର ଦୃଶ୍ୟ ଦେଖିବାକୁ ମିଳୁଛି।
ଭିଡିଓରେ ଜଣେ କଏଦୀ ପୁଲିସ ଗାଡ଼ିରୁ ଡେଇଁ ପଡିଥିବାର ନଜର ଆସିଛି। ସେ ଭ୍ୟାନରୁ ବାହାରିବା ମାତ୍ରେ ସେଠାରୁ ଆଖି ପିଛୁଳାକେ ଚମ୍ପଟ ମାରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ୟୁଟ୍ୟୁବରେ ସେୟାର କରାଯାଇଛି। ଏହି ଘଟଣା ୨୦୨୧ ଡିସେମ୍ବର ୨୮ରେ ବ୍ରାଜିଲର ପାରାଇବାର ଅଲାଗୋୟା ନୋଭାରେ ଘଟିଥିବା ଜଣାପଡ଼ିଛି।
ପୁଲିସ ଗାଡ଼ିରୁ କଏଦୀ ଚମ୍ପଟ ମାରିବାର ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ପରେ ୫୦ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବା ସହିତ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/Untitled-1-copy-12-750x430-1.jpg)