ଶେଷ ଦର୍ଶନ ପାଇଁ ଯାତ୍ରା ହେଲା ଶେଷ ଯାତ୍ରା । ଘରୋଇ ସ୍କୁଲ ବସ ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ପତ୍ନୀ ମୃତ ।

536

କନକ ବ୍ୟୁରୋ: ଶେଷ ଦର୍ଶନ ପାଇଁ ଯାତ୍ରା ହେଲା ଶେଷ ଯାତ୍ରା । କୋରାପୁଟ ବୈପାରିଗୁଡ଼ା ମନ୍ତ୍ରୀ ଆମ୍ବ ଘାଟିରେ ବସ୍ ଦୁର୍ଘଟଣା । ଜୟପୁରର ଏକ ଘରୋଇ ସ୍କୁଲ ବସ୍ ସ୍କୁଲ କର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ପତ୍ନୀ ନୀଳିମା ପଣ୍ଡାଙ୍କ ମୃତ୍ୟୁ ହୋଇଛି । ଏହାସହ ୮ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍କୁଲ ପିଅନଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ କରିବାକୁ ବସରେ ଯାଉଥିଲେ ସ୍କୁଲ କର୍ମଚାରୀ ଓ ପ୍ରଧାନ ଶିକ୍ଷକଙ୍କ ପତ୍ନୀ । ତେବେ ଘାଟିରେ ବସର ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣା ଘଟିଛି ।