ପ୍ରତିଶ୍ରୁତି ପୂରଣ କରିବେ ପ୍ରିନ୍ସ: ନିଜେ ମୁସଲିମ୍ ହୋଇ ମଧ୍ୟ ରାମ ମନ୍ଦିର ଲାଗି ଦାନ କରିବେ ଇଟା, ମନ୍ଦିର ଆମର ମସଜିଦ୍ ବି ଆମର କହି ଭାଇଚାରା ବାଣ୍ଟିଲେ ବାବରଙ୍କ ବଂଶଜ ।

ପୂର୍ବରୁ ଅନେକ ବିବାଦ ଲାଗି ରହିଥିବାବେଳେ କେବଳ ମୁସଲିମ୍ ସମ୍ପ୍ରଦାୟରୁ ପ୍ରିନ୍ସ ଟୁସୀ ହିଁ ରାମ ମନ୍ଦିର ସପକ୍ଷରେ ସ୍ୱର ଉଠାଉଥିଲେ । ଆଉ ଅଯୋଧ୍ୟା ରାୟ ଆସିବା ପରେ ତାଙ୍କ ମର୍ମସ୍ପର୍ଶୀ ବୟାନ ସମସ୍ତଙ୍କୁ ଚକିତ କରିଥିଲା ।

3,191

କନକ ବ୍ୟୁରୋ : ଅଯୋଧ୍ୟା ରାୟ ଆସିବା ପରେ ମନ ଜିଣିଲେ ଶେଷ ମୋଗଲ । ନିଜେ ମୁସଲିମ୍ ହୋଇ ମଧ୍ୟ ଭାଇଚାରା ବଡ଼ ବାର୍ତ୍ତା ବାଣ୍ଟିଛନ୍ତି ବାବର ବଂଶଜଙ୍କ ପ୍ରିନ୍ସ ୟାକୁବ୍ ଆଲ୍ଲାବୁଦ୍ଧିନ୍ ଟୁସୀ । ଦୀର୍ଘ ବର୍ଷ ଧରି ରାମ ମନ୍ଦିର-ବାବ୍ରୀ ମସଜିଦକୁ ନେଇ ବିବାଦ ଲାଗି ରହିଥିଲା ଏହାର ସମାଧାନ ପରେ ସେ ରାମ ମନ୍ଦିର ପାଇଁ ସୁନାର ଇଟା ଦାନ କରିବେ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ବାବରଙ୍କ ବଂଶଜଙ୍କୁ ଚାରିଆଡୁ ବାଃ ବାଃ… ମିଳୁଛି ।

ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ ଅନେକ ବିବାଦ ଲାଗି ରହିଥିବାବେଳେ କେବଳ ମୁସଲିମ୍ ସମ୍ପ୍ରଦାୟରୁ ପ୍ରିନ୍ସ ଟୁସୀ ହିଁ ରାମ ମନ୍ଦିର ସପକ୍ଷରେ ସ୍ୱର ଉଠାଉଥିଲେ । ଆଉ ଅଯୋଧ୍ୟା ରାୟ ଆସିବା ପରେ ତାଙ୍କ ମର୍ମସ୍ପର୍ଶୀ ବୟାନ ସମସ୍ତଙ୍କୁ ଚକିତ କରିଥିଲା । ପ୍ରିନ୍ସ ଟୁସୀ କହିଥିଲେ, ଭାରତ ବର୍ଷରେ ଏହା ହେଉଛି ଏକ ଐତିହାସିକ ରାୟ , ସୁପ୍ରିମକୋର୍ଟଙ୍କ ରାୟକୁ ଉଭୟ ହିନ୍ଦୁ-ମୁସଲିମ୍ ଭାଇମାନେ ଗ୍ରହଣ କରିବା ଦରକାର । ଆଉ ମୁସଲିମ ସମ୍ପ୍ରଦାୟ ସବୁ ବାଦ ବିବାଦକୁ ଭୁଲି ଆଗକୁ ବଢି ରାମ ମନ୍ଦିର ନିର୍ମାଣରେ ସହଯୋଗ କରିବା ଉଚିତ୍ ।

ସେପଟେ ଅଯୋଧ୍ୟା ରାୟକୁ ବିରୋଧ କରୁଥିବା କିଛି ମସୁସଲିମ୍ ସମ୍ପ୍ରଦାୟଙ୍କୁ ମଧ୍ୟ ପ୍ରିନ୍ସ ଟୁସୀ ପାଠ ପଢ଼ାଇଛନ୍ତି । କହିଥିଲେ, ପୂରାଣ ଗାଥା ଏବଂ ପୂର୍ବ ଇତିହାସ ପ୍ରମାଣପତ୍ର ଅନୁସାରେ ଅଯୋଧ୍ୟାରେ ପୂର୍ବରୁ ରାମଲଲ୍ଲାଙ୍କ ମନ୍ଦିର ଥିଲା ଆଉ ସେହି ଆସ୍ଥା ବିଶ୍ୱାସ ଏବଂ ପ୍ରତ୍ନତ୍ୱବିତଙ୍କ ରିପୋର୍ଟ ମୁତାବକ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ତେଣୁ ସର୍ବୋଚ୍ଚନ୍ୟାୟଳଙ୍କ ରାୟ ମୁତାବକ ସେଠାରେ ହିଁ ରାମଲାଲଙ୍କ ମନ୍ଦିର ନିର୍ମାଣ ହେବ । ତେବେ ପ୍ରିନ୍ସ ଟୁସୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ତାଙ୍କ ପ୍ରତିଶ୍ରୁତିକୁ ପୂରଣ କରି ମନ୍ଦିର ଲାଗି ଯେଉଁ ଇଟା ବ୍ୟବହାର ହେବ ତାହାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବେ ।

ପୂର୍ବରୁ ଭାରତ ବର୍ଷରେ ଜାତି ଜାତି ମଧ୍ୟରେ ଏକତା ଥିଲା ଏବଂ ଆଗକୁ ବି ରହିବ । ଛୋଟ ଛୋଟ ଗୋଷ୍ଠି ହିନ୍ଦୁ ଓ ମୁସଲିମଙ୍କ ମଧ୍ୟ କନ୍ଦଳ ସୃଷ୍ଟି କରିପାରନ୍ତି । ଏହାକୁ ଧ୍ୟାନ ନଦେଇ ଯେପରି ଦେଶମାତୃକା ପାଇଁ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬କୁ ସମସ୍ତେ ଉତ୍ସାହର ସହିତ ପାଳନ କରି ଭାଇଚାରା ବାଣ୍ଟନ୍ତି ଠିକ୍ ସେହିଭଲି ଉଭୟ ସମ୍ପ୍ରଦାୟ ଏହି କାର୍ଯ୍ୟକୁ ମିଳିମିଶି ସମ୍ପୂର୍ଣ୍ଣ କରିବା ଉଚିତ୍ ।